କ୍ୱିଭ୍,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭିନ୍ନ ସାମଗ୍ରୀ ଧରି ସୀମାରେ ରହିଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ରୁଷିଆ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବରେ ଭୋଟ ଦେବାରୁ ବିରତ ରହିବା ପରେ ୟୁକ୍ରେନ୍ବାସୀ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା କିଛି ଭାରତୀୟ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଯୁଦ୍ଧ ଜୋନ୍ରୁ ବାହାରି ଆସି ୟୁକ୍ରେନ୍ର ପଶ୍ଚିମ ସୀମା ଅଭିମୁଖେ ଯିବାକୁ ଭାରତୀୟ ଦୁତାବାସ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ୟୁକ୍ରେନ୍ରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କୁ ଆଣିବା ପାଇଁ ଭାରତ ପକ୍ଷରୁ କାର୍ଯ୍ୟ ଜାରି ରହିଛି।