ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘରକୁ ଘେରାଉ କଲେ ଛାତ୍ର

ଭୁବନେଶ୍ୱର,୨।୭: ନିଟ ଅନିୟମିତତା ନେଇ ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୀକ୍ଷା ତ୍ରୁଟି ନେଇ ସମାଲୋଚନା କରାଯାଉଛି। ତେବେ ମଙ୍ଗଳବାର ଛାତ୍ର କଂଗ୍ରେସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ବାସଭବନକୁ ଘେରାଉ କରିଛି।

ଛାତ୍ର କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛନ୍ତି। ଏଥିସହ ଛାତ୍ରମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Share