ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ କରାଯିବ ବାରଣ: ଫ୍ରାନ୍ସ ଶିକ୍ଷାମନ୍ତ୍ରୀ…

ପ୍ୟାରିସ,୨୮।୮: ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ ବାରଣ କରାଯିବ। ଦେଶ ପୂର୍ବରୁ ବିଦ୍ୟାଳୟରେ ମୁଣ୍ଡ ଆବରଣ ପିନ୍ଧିବାକୁ ବାରଣ କରାଯାଇଛି। ୨୦୧୦ରେ ଫ୍ରାନ୍ସ ସର୍ବସାଧାରଣ ସ୍ଥାନରେ ସମ୍ପୂର୍ଣ୍ଣ ମୁହଁରେ ଆବରଣ ପିନ୍ଧିବାକୁ ବାରଣ କରିଥିଲା। ଏହା ଜଣା ଅବାୟା ହେଉଛି ଏକ ଖୋଲା ପୋଷାକ। ଏହି ଲମ୍ବା ପୋଷାକକୁ ମୁସଲିମ ମହିଳାମାନେ ପିନ୍ଧିଥାନ୍ତି।

ଶିକ୍ଷା ମନ୍ତ୍ରୀ ଗାବ୍ରିଏଲ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ବିଦ୍ୟାଳୟରେ ଅବାୟା ପିନ୍ଧିବା ନିଷେଧ ହେବ।
ମୁଁ ନିଷ୍ପତ୍ତି ନେଇଛି ଅବାୟା ବିଦ୍ୟାଳୟରେ ପିନ୍ଧାଯିବ ନାହିଁ। ଏକ ଶ୍ରେଣୀଗୃହକୁ ଗଲେ ଏଭଳି ଛାତ୍ରୀମାନଙ୍କର ଧର୍ମ ସମ୍ପର୍କରେ ଯେ କେହି ଜାଣିବା ଠିକ ନୁହେଁ।

Share