ଆଇନମନ୍ତ୍ରୀଙ୍କ ସୂଚନା: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର,୧୯।୮: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ ସରକାରରେ ସମୟ ଅଭାବ ଯୋଗୁ ଆସନ୍ତାବର୍ଷରୁ ନିର୍ବାଚନ କରାଯିବ ।

ମନ୍ତ୍ରୀ କହିଛନ୍ତି, ଆସନ୍ତାବର୍ଷ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ। ନିର୍ବାଚନ ନେଇ ସମସ୍ତ କଲେଜକୁ ପ୍ରସ୍ତୁତ କରାଯିବ। ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହେଇସାରିଛି। ମନ୍ତ୍ରୀଙ୍କଏଭଳି ବୟାନ ପରେ ରାଜ୍ୟରେ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଧୀରେ ଧୀରେ ଆଶା ଉଜ୍ଜଳ ହୋଇଛି। ଦୀର୍ଘ ୬ବର୍ଷ ହେବ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକଳେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି।

Share