ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ ଗ୍ରାମବାସୀ ଓ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନଦୀରେ କମ୍‌ ପାଣି ଥିବାରୁ ଚଳିଯାଉଥିବା ବେଳେ ବର୍ଷ ଦିନେ ସେମାନଙ୍କ ପାଇଁ ଚଳିବା କଷ୍ଟକର ହେଉଛି। ବିଶେଷକରି ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ପାଠପଢ଼ି ଯାଉଥିବା ଦେଖିବାକୁ ମିଳେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ। ବ୍ଲକରେ ପ୍ରବାହିତ ଚବ୍ରି ନଦୀ ଗ୍ରାମବାସୀ ଓ ଛାତ୍ରୀଛାତ୍ରଙ୍କ ବିକାଶରେ ବାଧକ ସାଜିଛି।
୧୨୦ରୁ ଊଦ୍ଧର୍‌ବ ପରିବାର ବସବାସ କରୁଥିବା ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଞ୍ଚାୟତର ରାଉତପୁଟ ଗ୍ରାମର ଚବ୍ରି ନଦୀ ପାଇଁ ହୋଇପାରୁନାହିଁ କୌଣସି ଉନ୍ନତି। ୯ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ପ୍ରବାହିତ ଚବ୍ରି ନଦୀ ଉପରେ ଭରସାକରି ଚଳନ୍ତି ଗ୍ରାମବାସୀ। ବର୍ଷସାରା ନଦୀ ପାରହୋଇ ଯାତାୟାତ କରନ୍ତି। ବର୍ଷା ୪ମାସ ସେମାନେ ନାହିଁ ନ ଥିବା ହଇରାଣ ହେଉଥିବା କହନ୍ତି ଗ୍ରାମର ରାମଚନ୍ଦ୍ର ଗୌଡ଼, ଅମିର ଟାକ୍ରି, କୁନ୍ତି ଖରା, ଲକ୍ଷ୍ମଣ ଗୌଡ଼। ବର୍ଷାଦିନେ ସେମାନେ ଜଳବନ୍ଦୀ ଜୀବନ କାଟନ୍ତି। ଅଧିକ ବର୍ଷାରେ ନଦୀ ବଢ଼ିଲେ ପିଲାଙ୍କ ପାଠପଢ଼ା ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। କେହିେ କହି ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ି ନ ଥାନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବା, ରାଶନ ଚାଉଳ ଏବଂ ବୃଦ୍ଧାବୃଦ୍ଧ ସେମାନଙ୍କ ଭତ୍ତା ଟଙ୍କା ଆଣିବାରେ ବହୁ ଅସୁବଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ଲାଗି ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ବିଭିନ୍ନ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ପୋଲଟିଏ ନିର୍ମାଣ ହୋଇପାରିଲେ ଗ୍ରାମକୁ ରାସ୍ତା ସହଜରେ ନିର୍ମାଣ ହୋଇପାରନ୍ତା ବୋଲି କହିଛନ୍ତି ସେମାନେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆମେ ସାଧାରଣ ନିର୍ବାଚନ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ରାଉତପୁଟ ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଧାରଣା

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ)ବିଦ୍ୟୁତ ସମସ୍ୟା ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ବୁଧବାର କୃଷକ ପରିବାର, ଭଟଲି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ...

୫୮ ନୂଆ ଶୀତଳଭଣ୍ଡାର

ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଏଥିଯୋଗୁ ସେସବୁକୁ କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଭାବୀ...

ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ...

ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି...

ଯାତ୍ରା ପରେ ଲାଟିନ୍‌ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଫେବୃଆରୀ ୨୬ରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ପାଳନ କରାଯାଇଥିଲା। ଯାତ୍ରା ସରିବାର ୨ଦିନ ପରେ ଏହିସବୁ ସଂସ୍ଥା ନିଜ ନିଜର...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଦିଲ୍ଲୀରେ ଏମ୍‌ପିଙ୍କୁ ଭେଟିଲା ନାଗରିକ ମଞ୍ଚ

କେସିଙ୍ଗା,୧୯ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଦିଲ୍ଲୀ ଗସ୍ତ କରି ଲୋକ ସଭା ଓ...

ୟୁଟ୍ୟୁବର ତପି ମିଶ୍ର ଗିରଫ

ଭୁବନେଶ୍ୱର,୧୯ା୩: ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image