ବାରିପଦା,୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧିନ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଅନ୍ଧାର ରାତିରେ ବାରିପଦାରେ ପହଞ୍ଚିଛନ୍ତି। ଦୀର୍ଘ ୨୫ କିମି ରାଜ୍ୟ ରାଜପଥରେ ଚାଲି ଚାଲି ଆସିବା ଘଟଣା ବିଭାଗୀୟ ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦଶ କରିଛି।
ଜିଲାପାଳ ହେମକାନ୍ତ ସୟ ଅନ୍ତବାସୀଙ୍କ ଅଭିଯୋଗକୁ ଆଭାସୀ ମାଧ୍ୟମରେ ଶୁଣି ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ଛାତ୍ରଙ୍କୁ କହିଛନ୍ତି । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ସାର ମାନେ ବିଭିନ୍ନ ସମୟରେ ବିନା ଦୋଶରେ ଛାତ୍ରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ ଯାହାକୁ ନେଇ ଅନ୍ତେବାସୀମାନେ ରାତି ୧୨ଟା ପାଖାପାଖି ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକ ଡେଇଁ ରାସ୍ତାରେ ଚାଲିବାକୁ ଲାଗିଥିଲେ।
ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦର୍ ଅଟଳ ରହିଥିଲେ । ତେବେ ଜିଲାପାଳଙ୍କ ଅନୁପସ୍ଥିତିରେ ମଧ୍ୟ ଭଡିଓ କଲ୍ ଜରିଆରେ ଛାତ୍ରଙ୍କ ଅଭିଯୋଗକୁ ଶୁଣିଥିଲେ । ତେବେ ସମସ୍ତ ଛାତ୍ର ଏବେ ବାରିପଦା ଛଉପିଡ଼ିଆ ଠାରେ ରହିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝା ସୁଝା କରି ହୋଷ୍ଟେଲକୁ ଫେରାଇ ନେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।