ନୂଆଦିଲ୍ଲୀ,୨୪।୧୨ : ପରୀକ୍ଷାରେ କପି କରୁଥିବା ଶିକ୍ଷାର୍ଥୀ କେବେ ମଧ୍ୟ ଦେଶ ଗଠନ କରିପାରିବେ ନାହିଁ। ଏଭଳି କାର୍ଯ୍ୟ ବିରୋଧରେ କଡ଼ା ଅନୁଶାସନ ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ଜଣେ ଦ୍ୱିତୀୟ ସେମିଷ୍ଟର ଇଞ୍ଜିୟନିୟରିଂ ଛାତ୍ର ପରୀକ୍ଷାରେ କପି କରୁଥିବା ସମୟରେ ଧରାପଡ଼ିଥିଲେ।
ସେ ହ୍ବାଟସ ଆପରେ ପରୀକ୍ଷା ପ୍ରଶ୍ନପତ୍ର ଶେୟାର କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବର୍ଗ-୪ ସ୍ତରୀୟ ଦଣ୍ଡବିଧାନ କରାଯାଇ ତାଙ୍କୁ ତୃତୀୟ ସେମିଷ୍ଟରରେ ନାମ ଲେଖାକୁ ମନା କରାଯିବା ସହିତ ଜୁନିୟରଙ୍କ ସହିତ ପୁଣି ଦ୍ୱିତୀୟ ସେମିଷ୍ଟରରେ ପଢ଼ିବାକୁ କୁହାଯାଇଥିଲା। ତେବେ ଏହାକୁ ବିରୋଧ କରି ଛାତ୍ର ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।