ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରୁ ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ନାମଲେଖା ଫି’ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କେତେକ ଉଚ୍ଚ ମାଧ୍ୟମିକ ସ୍କୁଲ ସିଏଲ୍‌ସି ନେଇଥିବା ଛାତ୍ରୀଛାତ୍ରଙ୍କୁ ଫି’ ଫେରାଉ ନ ଥିବା ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଯେଉଁମାନେ ସିଏଲ୍‌ସି ନେଇଛନ୍ତି ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share