ପାଟଣା,୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର କବ୍ୟେଶ ବେହେରା ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକ୍ରେ ୧ମ, ଝରଣା ମହାନ୍ତ ୩ୟ, ଅର୍ଚ୍ଚିତା ମହାନ୍ତ ୫ମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ପରିସରରେ ଶୁକ୍ରବାର ଛାତ୍ରୀଛାତ୍ରଙ୍କୁ ସମର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥିଭାବରେ ଟାଟା ଷ୍ଟିଲର ଅବସରପ୍ରାପ୍ତ କେମିଷ୍ଟ ନିର୍ମଳ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଦୀପ ସାହୁ, ସାମାଜିକକର୍ମୀ ସତ୍ୟବାଦୀ ସାହୁ, ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ, ବିଦ୍ୟାଳୟର ପରୀକ୍ଷା ପ୍ରମୁଖ ସୁଢଳ ଗିରି, ଆଚାର୍ଯ୍ୟl ଦେବକୀ ମହାନ୍ତ ଛାତ୍ରୀଛାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।
ସେହିଭଳି ଚେମେଣା ପଞ୍ଚାୟତ ଶୁଣ୍ଢିପଶି ନୂତନ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସ୍ବସ୍ତିକ ମହାନ୍ତ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକ୍ରେ ୫ମ ସ୍ଥାନ ଅଧିକାର କରିଥିବାରୁ ଗୁରୁବାର ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ଓଝା, ସମ୍ମାନିତ ଅତିଥିଭାବରେ ସ୍କୁଲ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ମହାନ୍ତ ଯୋଗଦେଇଥିଲେ।