ଆସନ୍ତା ୨୧ରୁ ଯୁକ୍ତ ୨ ଆଡ୍‌ମିଶନ୍‌ ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର, ଜାଣନ୍ତୁ କେତେ ରହିଛି ଫି’..

ଭୁବନେଶ୍ୱର,୧୨।୮(ବ୍ୟୁରୋ): ଚଳିତ ବର୍ଷ +୨ ଆଡମିଶନ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୧ରୁ ଛାତ୍ରୀଛାତ୍ରମାନେ +୨ ଆଡମିଶନ ପାଇଁ ଆବେଦନ କରିପାରିବେ। ସାମ୍‌ସ ସେଣ୍ଟର ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିହେବ। ତେବେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ଯାଏ ଆବେଦନ ପ୍ରକ୍ରିୟା ଚାଲିବ। ସମ୍ପ୍ରତି କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି କମାଇଥିବା ସେ କହିଛନ୍ତି। ସାଧାରଣ ବର୍ଗ ଓ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ କରାଯାଇଛି। ଏବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ୨୦୦ ଟଙ୍କା ରହିଥିବା ବେଳେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଆବେଦନ ଫି ୧୦୦ ଟଙ୍କା ରଖାଯାଇଛି। ତେବେ ସେପ୍ଟେମ୍ବର ୯ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Share