Posted inଫୁରସତ

Viral Video: ଖାତାରେ ଏମିତି ଉତ୍ତର ଲେଖିଲେ ଛାତ୍ର, କେତେ ମାର୍କ ଦେବେ ଦ୍ୱନ୍ଦ୍ୱରେ ପଡ଼ିଲେ ଶିକ୍ଷକ

ଭାରତର ପ୍ରତ୍ୟେକ ଘରେ ଟେନ୍‌ସନ୍‌ର ମାହୋଲ ଦେଖିବାକୁ ମିଳିଛି। କାରଣ ପିଲାଙ୍କ ପରୀକ୍ଷା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁ ଘରେ ପିଲାମାନେ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷା ଦେବେ ସେମାନଙ୍କ ମାହୋଲ ତ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ। ଘରେ ଟିଭି ବନ୍ଦ ରହେ। ପିଲାମାନେ କେବଳ ଖାଇବା ପାଇଁ ରୁମ୍‌ରୁ ବାହାରକୁ ଆସନ୍ତି। ଦିନସାରା ଖେଳିବା ପରିବର୍ତ୍ତେ କେବଳ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବିଶେଷକରି ବୋର୍ଡ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ପରବର୍ତ୍ତୀ ପାଠପଢ଼ା କେବଳ ଏହି ଆଧାରରେ ହିଁ କରାଯାଇଥାଏ।

 

 

View this post on Instagram

 

A post shared by K Rahul (@rahul_99_km)

ପିଲାମାନେ ଦିନରାତି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଅନେକ ପିଲା ଅଭିଯୋଗ କରନ୍ତି ଯେ, ସେମାନେ ପରୀକ୍ଷାରେ ସଠିକ୍‌ ଉତ୍ତର ଦେଇଛନ୍ତି ମାତ୍ର ମାର୍କ କମ୍‌ ରହିଛି। ବର୍ତ୍ତମାନ ଜଣେ ଛାତ୍ରଙ୍କ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଶିକ୍ଷକ ଦର୍ଶାଇଛନ୍ତି ଯେ, ପିଲାଟି ପ୍ରତ୍ୟେକ ପ୍ରଶ୍ନର ଉତ୍ତର କିପରି ଲେଖିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପିଲାଟି ପ୍ରତ୍ୟେକ ଉତ୍ତରକୁ ଅତି ସ୍ପଷ୍ଟ ଭାବରେ ଲେଖିଥିଲା। ସେ କଳା କାଳିରେ ହେଡିଙ୍ଗ ଦେଇଥିଲେ ଏବଂ ଏହାକୁ ଅଣ୍ଡରଲାଇନ୍‌ କରିଥିଲେ। ଏହା ପରେ ଉତ୍ତରଟି ବ୍ଲୁ ପେନ୍‌ରେ ଲେଖିଛନ୍ତି। କପିରେ କୌଣସି ସ୍ଥାନରେ ମଇଳା ନ ଥିଲା। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସୁନ୍ଦର ଏବଂ ଗୋଲାକାର ଅକ୍ଷରରେ ଲେଖାଯାଇଥିଲା। ଏହି କପି ଦେଖିବା ପରେ ଶିକ୍ଷକ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଛାତ୍ରଙ୍କ ମାର୍କ କେଉଁଠାରେ କାଟି ଦିଆଯିବା ଉଚିତ ଭାବିଥିଲେ।

କେଉଁ ବିଦ୍ୟାଳୟ କିମ୍ବା କେଉଁ ବୋର୍ଡର ଏହି କପି ସେ ସମ୍ବନ୍ଧରେ ସୂଚନା ଦିଆଯାଇ ନାହିଁ। ଭିଡିଓରେ କେବଳ ଶିକ୍ଷକ ପିଲାଙ୍କ କପିରୁ ଉତ୍ତର ଦେଖାଇଥିଲେ। ଲୋକମାନେ ଭିଡିଓ ଦେଖିବା ମାତ୍ରେ ଏହା ଭାଇରାଲ ହୋଇଥିଲା। ଏହା ଉପରେ ଲୋକଙ୍କଠାରୁ ଅନେକ ମନ୍ତବ୍ୟ ମିଳିଛି। ସେମାନେ କପି ଦେଖିବା ମାତ୍ରେ ଅନେକ ଲୋକ ମନ୍ତବ୍ୟରେ ଲେଖିଛନ୍ତି, ଏହା ପୁଅ ପିଲାଙ୍କ କପି ନୁହେଁ ବରଂ ଝିଅପିଲାଙ୍କ କପି। କେବଳ ଝିଅମାନେ ହିଁ ସେମାନଙ୍କର ଉତ୍ତର ସିଟ୍‌ ଏତେ ଭଲ ଭାବରେ ସଜାଇ ଲେଖନ୍ତି। ଅନେକ ଲୋକ ଏହାକୁ ୧୦୦ରୁ ୧୦୦ ମାର୍କ ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri