ଦିନରେ ପଢୁଥିଲେ, ରାତିରେ କରୁଥିଲେ ଜଗୁଆଳି କାମ; ଏବେ ମିଳିଲା ବଡ଼ ପଦବୀ

ଥିରୁଭାନନ୍ତପୁରମ୍‌,୧୨।୪: ଜଣେ ବ୍ୟକ୍ତି ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ଜଗୁଆଳି କାମ କରୁଥିଲେ। ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏବେ ରାଞ୍ଚିର ଆଇଆଇଏମ୍‌ରେ ସହକାରୀ ପ୍ରଫେସର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏମିତି ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି କେରଳର ୨୮ ବର୍ଷୀୟ ରଣଜିତ୍‌ ରାମଚନ୍ଦ୍ରନ। ତାଙ୍କର ଏହି ସଂଘର୍ଷମୟ ଜୀବନଯାତ୍ରା ଅନେକ ପ୍ରତିକୂଳ ପରିସ୍ଥିତି ବିରୋଧରେ ସଂଗ୍ରାମ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

ତାଙ୍କ ଫେସବୁକ୍‌ ପୋଷ୍ଟରେ ଲେଖାଯାଇଛି, ଏଠାରେ ଆଇଆଇଏମ୍‌ ପ୍ରଫେସର ଜନ୍ମ ହୋଇଛନ୍ତି। ଏହି ପୋଷ୍ଟତଳେ ଏକ ଭଙ୍ଗା ଝୁମ୍ପୁଡ଼ି ଘରର ଫଟୋ ଅଛି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳିଥାଏ।

ଏପ୍ରିଲ ୯ରେ ତାଙ୍କର ଏହି ପ୍ରେରଣାଦାୟକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏହାକୁ ୩୭୦୦୦ ଲୋକ ଲାଇକ୍‌ କରିଛନ୍ତି। ସେହି ପୋଷ୍ଟରେ ସେ ତାଙ୍କ ସଂଗ୍ରାମର କାହାଣୀ କହିଛନ୍ତି। କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ରାମଚନ୍ଦ୍ରନଙ୍କୁ ଫେସ୍‌ବୁକ୍‌ରେ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ସେ ସୋସିଆଲ ମିଡିଆରେ ‘Ranjith R Panathur’ ନାମରେ ଜଣାଶୁଣା।

ରାମଚନ୍ଦ୍ରନ ଦଶମ ପାସ ପରେ କଲେଜରେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ସେତେବେଳେ ସେ କସାରଗୋଡର ପାନାଥୁରରେ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍‌ ଏକ୍ସଚେଞ୍ଜରେ ରାତ୍ରି ଜଗୁଆଳ ଭାବରେ କାମ କରୁଥିଲେ। ସେ ଲେଖିଛନ୍ତି, ‘ମୁଁ ଦିନରେ କଲେଜ ଯାଉଥିଲି ଆଉ ରାତିରେ ଟେଲିଫୋନ୍‌ ଏକ୍ସଚେଞ୍ଜ ଅଫିସରେ କାମ କରୁଥିଲି। ସ୍ନାତକ ପାସ୍‌ କରିବା ପରେ ଆଇଆଇଟି ମାଡ୍ରାସରେ ତାଙ୍କୁ ସିଟ୍‌ ମିଳିଲା। କିନ୍ତୁ ତାଙ୍କୁ ମାଲାୟଲମ ଭାଷା ଜଣା ନ ଥିଲା। ଫଳରେ ନିରାଶ ହୋଇ ସେ ପିଏଚ୍‌ଡି ଛାଡ଼ିଦେବାକୁ ନିଷ୍ପତ୍ତି ନେଲେ। ମାତ୍ର ତାଙ୍କ ତତ୍ତ୍ୱାବଧାରକ ସୁଭାଷ ତାଙ୍କୁ ଏମିତି କରିବାକୁ ମନା କଲେ। ସେ ଲେଖିଛନ୍ତି, ମୁଁ ସଂଘର୍ଷ କରି ମୋର ସ୍ବପ୍ନକୁ ସାକାର କରିବାକୁ ସ୍ଥିର କଲି। ଗତବର୍ଷ ପିଏଚ୍‌ଡି ସମାପ୍ତ କଲି। ଦୁଇମାସ ହେଲା ସେ ବେଙ୍ଗାଲୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଭାବେ ରହିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ କେବେ ଭାବି ନ ଥିଲି ଏହି ପୋଷ୍ଟ ଏତେ ଭାଇରାଲ ହେବ। ମୁଁ ମୋ ଜୀବନର କାହାଣୀ ପୋଷ୍ଟ କରିଥିଲି। ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ମୁଁ ଚାହେଁ ସମସ୍ତେ ଭଲ ସ୍ବପ୍ନ ଦେଖନ୍ତୁ ଏବଂ ଏହାକୁ ପାଇବା ପାଇଁ ସଂଗ୍ରାମ ଜାରିରଖନ୍ତୁ। ନିଶ୍ଚିତ ସଫଳତା ମିଳିବ।

ରାମଚନ୍ଦ୍ରନ କହିଛନ୍ତି, ଆର୍ଥିକ ଅସୁବିଧା ହେତୁ ସେ ବାରମ୍ବାର ସ୍କୁଲ ଛାଡ଼ିଥିଲେ। ତାଙ୍କ ପିତା ଜଣେ ଟେଲର ଏବଂ ମା’ ମହାତ୍ମାଗାନ୍ଧି ଗ୍ରାମୀଣ ଯୋଜନାର ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ରାମଚନ୍ଦ୍ରନଙ୍କ ସଂଘର୍ଷ କାହାଣୀ ଅନେକଙ୍କ ହୃଦୟକୁ ଛୁଇଁଛି। ଏହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ଆତିଶୀ, ହେଲେ ପାଖରେ କାହିଁକି ରଖିଲେ ଖାଲି ଚୌକି, କହିଲେ ଏମିତି କଥା

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ...

ମଥୁରା-ବୃନ୍ଦାବନ ପ୍ରସାଦର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ଡିମ୍ପଲ

ଲକ୍ଷ୍ନୌ,୨୩।୯: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ‘ପ୍ରସାଦ’ରେ ପଶୁ ଚର୍ବି ମିଶ୍ରଣ ହେବାର ଖବର ଆସିବା ପରେ ମଥୁରାରେ ଖାଦ୍ୟ ଏବଂ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ।...

ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ

ତିରୁପତି,୨୩।୯: ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଭାବରେ ତିଆରି ହୋଇଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ମାମଲାରେ ମୁଖ୍ୟ ସୂଚନା ସାମ୍ନାକୁ ଆସିଛି। ଘିଅରେ ଅପମିଶ୍ରଣ...

ଆଜି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଆତିଶୀ

ନୂଆଦିଲ୍ଲୀ,୨୩।୯: ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।...

ସିସୋଡିଆଙ୍କ ବଡ ବୟାନ, କେଜରିଓ୍ବାଲଙ୍କ ସହ ମୋର ସମ୍ପର୍କ ରାମ ଲକ୍ଷଣ ପରି

ନୂଆଦିଲ୍ଲୀ,୨୩।୯: ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଥିବା ସମ୍ପର୍କକୁ ପ୍ରଭୁ ରାମ...

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ...

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri