ସିବିଏସ୍‌ଇ ସ୍କୁଲରେ ଓଡ଼ିଆରେ ପଢ଼ା

ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରିଚାଳିତ ସମସ୍ତ ସ୍କୁଲରେ ମାତୃଭାଷାରେ ପାଠପଢା ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୨୨ଟି ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ ମଞ୍ଜୁରୀ ମିଳିଥିବାବେଳେ ଓଡ଼ିଶାରେ ମଧ୍ୟ ଛାତ୍ରୀଛାତ୍ର ଓଡ଼ିଆ ଭାଷାରେ ପାଠପଢ଼ିବାର ସୁଯୋଗ ପାଇବେ। ରାଜ୍ୟରେ ସିବିଏସ୍‌ଇ ଅନୁବନ୍ଧିତ ପ୍ରାୟ ୩୦୦ ସ୍କୁଲ ରହିଛି। ଏଥିମଧ୍ୟରେ ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ସିବିଏସ୍‌ଇ ସ୍କୁଲ୍‌ଗୁଡ଼ିକରେ ଇଂଲିଶ ଓ ହିନ୍ଦୀରେ ପାଠପଢ଼ା ହେଉଥିବାବେଳେ ଏବେ ଆଞ୍ଚଳିକ ବା ମାତୃ ଭାଷାରେ ଶିକ୍ଷାଦାନ କରାଯିବ। ଏହାଦ୍ୱାରା ମାତୃଭାଷାର ଆଦର ବଢ଼ିବା ସହ ପିଲାଙ୍କ ପାଠପଢ଼ା ସରଳ ହୋଇପାରିବ ବୋଲି କୁହାଯାଉଛି। ମାତ୍ର ସିବିଏସ୍‌ଇ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ବୈଷୟିକ ଶିକ୍ଷୟିତ୍ରୀ ଶିକ୍ଷକମାନେ ଇଂଲିଶରେ ଶିକ୍ଷାଦାନ କରିଆସୁଥିବାବେଳେ ଓଡ଼ିଆରେ ପାଠପଢ଼ାଯିବା ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କେତେକ ସିବିଏସ୍‌ଇ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ପ୍ରାରମ୍ଭରେ ସମସ୍ୟା ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ପିଲାଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ। ଅନେକ ପିଲା ଇଂଲିଶରେ ପାଠ ବୁଝିପାରନ୍ତି ନାହିଁ। ସେହିପରି ସେମାନଙ୍କ ସାଙ୍ଗସାଥୀ ଇଂଲିଶରେ ପଚାରୁଥିବାବେଳେ ସେମାନେ ଓଡ଼ିଆରେ ପଚାରିବୁଝିବାକୁ କୁଣ୍ଠାବୋଧ କରନ୍ତି। ତେଣୁ ଏହି ନିୟମ ଲାଗୁ ହେଲେ ଅନେକ ପିଲା ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କଟକ ନେତାଜୀ ନଗରସ୍ଥିତ ଡ୍ରିମ୍‌ ଇଣ୍ଡିଆ ସ୍କୁଲର ପ୍ରିନ୍ସିପାଲ କସ୍ତୁରୀ ଖାଡ଼ଙ୍ଗା କହିଛନ୍ତି, ନୂଆ ଶିକ୍ଷାନୀତି ଅନୁସାରେ ସିବିଏସଇ ସ୍କୁଲଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ମିଳିବ। ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ଇଂଲିଶ ସହ ଓଡ଼ିଆରେ ମଧ୍ୟ ପାଠପଢ଼ା ପାଇଁ ଅଭ୍ୟସ୍ତ ଥାଆନ୍ତି । ତେଣୁ ବିଶେଷ କିଛି ସମସ୍ୟା ହେବନାହିଁ। ତେବେ ଯେଉଁ ପିଲାମାନେ ଓଡ଼ିଆରେ ପାଠପଢ଼ିବାକୁ ଚାହଁୁଥିବେ ସେମାନେ ନାମଲେଖା ସମୟରେ ଏନେଇ ବିଦ୍ୟାଳୟକୁ ସୂଚିତ କରିବାକୁ ପଡ଼ିବ। ଏହାଦ୍ୱାରା କ୍ଲାସ ଆୟୋଜନ କରିବା ସହଜ ହୋଇପାରିବ। ଭୁବନେଶ୍ୱର ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଈପ୍‌ସିତା ଦାସଙ୍କ କହିବାନୁସାରେ ସବୁ ପିଲାମାନେ ଯେ ଓଡ଼ିଆରେ ପଢ଼ିବାକୁ ଚାହିଁବେ ତାହା ନୁହେଁ, ଯେଉଁମାନେ ଚାହିଁବେ, ସେମାନଙ୍କୁ ନିଜ ମାତୃଭାଷାରେ ପାଠପଢ଼ିବାକୁ ନିଶ୍ଚୟ ସୁଯୋଗ ଦିଆଯିବ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଅଭିଭାବକଙ୍କ ସହ ଆଲୋଚନା କରାଯିବ। ବୈଷୟିକ ଶିକ୍ଷକ ଆବଶ୍ୟକସ୍ଥଳେ ଓଡ଼ିଆ ବିଷୟର ଶିକ୍ଷକଙ୍କ ସହାୟତା ନେଇପାରିବେ ବୋଲି ଦାସ କହିଛନ୍ତି।
ଓଡ଼ିଶା ଅଭିଭାବକ ମହାସଂଘର କହିବାନୁସାରେ ନିଷ୍ପତ୍ତି ଶୁଣିବାକୁ ଯେତିକି ସରଳ ତାକୁ କାର୍ଯ୍ୟକାରୀ କରିବା ସେତିକି ସହଜ ନୁହେଁ। କିନ୍ତୁ ଏହା କାର୍ଯ୍ୟକାରୀ ହେଲେ ଇଂଲିଶ୍‌ ମାଧ୍ୟମରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ପାଠପଢ଼ା ବୋଧଗମ୍ୟ ହେବ। ଆଞ୍ଚଳିକ ଭାଷାରେ ପୁସ୍ତକ ପ୍ରଣୟନ ପାଇଁ ସୁପାରିସ୍‌ କରାଯାଇଛି। ସବୁ ଭାଷାରେ ପୁସ୍ତକ ହେଲେ ପିଲାମାନେ ଅଧିକ ଉପକୃତ ହେବେ। ଆଗରୁ ବିଭିନ୍ନ କାରିଗରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇସାରିଛି। ବତ୍ତର୍ର୍ମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପଞ୍ଚମ ଓ ପରବର୍ତ୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି l ଯେହେତୁ ସାରା ଦେଶରେ ପିଲାମାନେ ଗୋଟିଏ ପାଠ୍ୟଖସଡ଼ାରେ ନିଜ ଭାଷାରେ ପଢ଼ିବେ, ତେଣୁ ସେମାନେ ପାଠ ପଢ଼ିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରିବେ। ଯଦି ଆମ ରାଜ୍ୟ କଥା ବିଚାର କରିବା, ତେବେ ଓଡ଼ିଆ ମାଧ୍ୟମରେ ସିବିଏସ୍‌ଇ ପିଲାମାନେ ପାଠ ପଢ଼ିଲେ ବେଶ୍‌ ଭଲ ହେବ। ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ଏକ ରୋଲ୍‌ ମଡେଲ୍‌ ଭାବେ ଗ୍ରହଣ କରି ଯେପରି ଆଦର୍ଶ ବିଦ୍ୟାଳୟରେ ପିଲାମାନେ ପାଠ ପଢୁଛନ୍ତି ସେପରି ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ କିଛି ସ୍କୁଲରେ ସିବିଏସ୍‌ଇର ଓଡ଼ିଆ ମାଧ୍ୟମ ପାଠପଢା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏପରି କଲେ ଅଭିଭାବକମାନେ ମଧ୍ୟ ଘରୋଇ ସ୍କୁଲରୁ ମୁହଁ ମୋଡ଼ି ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଆଗ୍ରହ ଦେଖାଇବେ। ପରବର୍ତ୍ତୀ ସମୟରେ ତାହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିହେବ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri