ପ୍ରଧାନ ଶିକ୍ଷକଙ୍କ ବଦଳି ବିରୋଧରେ ୪ ଦିନ ହେଲା ପାଠପଢା ବନ୍ଦ

ଜୁନାଗଡ଼,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କେଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ବିବାଦ ଦେଖାଦେଇଛି। ଗତ କିଛି ଦିନ ତଳେ ପ୍ରଧାନଶିକ୍ଷକଙ୍କୁ ହଠାତ୍‌ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିଲା। ଏହାକୁ ବିରୋଧ କରି ୪ ଦିନ ହେଲା ସ୍ଥାନୀୟ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତା ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ବୁଧବାର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ହେଲେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘତ ହୋଇଛି। ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ନରୋତ୍ତମ ନାଏକଙ୍କୁ ଫେରେଇ ନ ଆଣିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Share