Categories: ଜାତୀୟ

ବାୟୁ ପ୍ରଦୂଷଣ ଯୋଗୁ ୨୭ପ୍ରତିଶତ ସଫେଇ କର୍ମଚାରୀ ଫୁସଫୁସ ରୋଗରେ ପୀଡିତ

ନୂଆଦିଲ୍ଲୀ,୧।୭:ବର୍ତ୍ତମାନ ସାରା ବିଶ୍ୱ ବାୟୁ ପ୍ରଦୂଷଣ ପରି ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ସଫେଇ କର୍ମଚାରୀ, ଅଳିଆ ଉଠାଉଥିବା ବ୍ୟକ୍ତି ଏବଂ ସୁରକ୍ଷାକର୍ମୀ ଅଧିକ ପ୍ରଭାବିତ ହୋଇଥା’ନ୍ତି। ଦେଶରେ ପ୍ରାୟ ୯୭ପ୍ରତିଶତ ସଫେଇ କର୍ମଚାରୀ, ୯୫ପ୍ରତିଶତ ଅଳିଆ ଉଠାଉଥିବା ବ୍ୟକ୍ତି ଏବଂ ୮୨ପ୍ରତିଶତ ସୁରକ୍ଷାକର୍ମୀ ନିତିଦିନିଆ କାର୍ଯ୍ୟ ସମୟରେ ପ୍ରଦୂଷଣର ଶିକାର ହେଉଛନ୍ତି।

ଚିନ୍ତନ ପରିବେଶ ଅନୁସନ୍ଧାନ ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ, ୭୫ପ୍ରତିଶତ ଅଳିଆ ଉଠାଉଥିବା ବ୍ୟକ୍ତି, ୮୬ପ୍ରତିଶତ ସଫେଇ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ଫୁସଫୁସ ଅସ୍ବଭାବିକ ଭାବେ କାର୍ଯ୍ୟ କରୁଛି। ଏହା ବ୍ୟତୀତ ୧୭ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ, ୨୭ ପ୍ରତିଶତ ସଫେଇ କର୍ମୀ ଏବଂ ୧୦ ପ୍ରତିଶତ ସୁରକ୍ଷାକର୍ମୀ ଫୁସଫୁସ ରୋଗରେ ପୀଡିତ ଥିବା ଜଣାପଡିଛି।

Share