ବିକ୍‌ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନାଗିନ୍‌ ଫେମ୍‌ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ ସେହି ସମୟରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ମୌନୀଙ୍କ ଫଟୋ ଦେଖିଲେ ଦର୍ଶକଙ୍କ ନଜର ହଟୁନି। ସମୁଦ୍ରର ନୀଳ ଜଳରାଶି ଆଉ ମୌନୀଙ୍କ ହଟ୍‌ ଲୁକ୍‌ ବେଶ୍‌ ଆକର୍ଷଣୀୟ।

ଫଟୋରେ ମୌନୀ ଏକ ବ୍ଲୁ କଲରର ବିକ୍‌ନୀ ଟପ୍‌ ପିନ୍ଧିଥିବା ନଜର ଆସିଛନ୍ତି। ବିକ୍‌ନୀକୁ ମ୍ୟାଚ୍‌ କରି ଏକ ଛୋଟ ସ୍କଟ୍‌ ବି ସେ ପିନ୍ଧିଛନ୍ତି। ସୋଫାରେ ବସି ପୋଜ୍‌ ଦେଇଛନ୍ତି। ମୌନୀଙ୍କ ସହ ତାଙ୍କର ବାନ୍ଧବୀଙ୍କୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଛି। ଫଟୋ ଶେୟାର କରି ମୌନୀ ଲେଖିଛନ୍ତି, ‘ସବୁ କାମ ବହୁତ ମନ ଖୁସିରେ କଲେ ସବୁ କାମ ସୁନ୍ଦର ହେବ। ସେ ଲେଖିଛନ୍ତି, ମୋ ମନ ପସନ୍ଦର ଜାଗା ଏବଂ ପସନ୍ଦର ମଣିଷ। ମୌନୀଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share