ଶୀତ ପୋଷାକର ଷ୍ଟାଇଲିସ୍‌ ଲୁକ୍‌

ଏବେ ହାଇଟେକ୍‌  ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍‌ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସ୍ବେଟର, ଜ୍ୟାକେଟ୍‌, ଶାଲ୍‌ ଆଦି ପିନ୍ଧିବାକୁ ପଡ଼ିଥାଏ। ତେବେ ଫ୍ୟାଶନ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଁଥିଲେ
କାହା ସହିତ  କ’ଣ ପିନ୍ଧିବେ ଜାଣି ରଖନ୍ତୁ…

ଶୀତଦିନେ ଅଫିସ୍‌ ଯାଉଥିଲେ ଆପଣ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧିଲେ ଭଲ ଲାଗିବ। ଯଦି ଡେନିମ ଜ୍ୟାକେଟ୍‌ ପିନ୍ଧିବାକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଫୁଲ୍‌ ହାତଥିବା ଉଲେନ୍‌ ଟି-ଶାର୍ଟ ବା ଟପ୍‌ ସହିତ ମ୍ୟାଚିଂ ଶ୍ରଗ ପିନ୍ଧିପାରିବେ।
କେବେକେବେ ଅଲଗା ଲୁକ୍‌ ନିମନ୍ତେ ସିଲ୍କ ଶୁଟ୍‌ କିମ୍ବା ଶାଢ଼ି ସହିତ କଣ୍ଟ୍ରାଷ୍ଟ ଶାଲ୍‌ ମଧ୍ୟ ପିନ୍ଧିପାରିବେ।
ଏହି ଋତୁରେ ପ୍ରାୟତଃ ଲେୟରଥିବା ପୋଷାକ ଭଲ ଲାଗିଥାଏ।
ଡ୍ରେସ ସହିତ କଲରଫୁଲ ସ୍ବେଟର ବି ଆପଣଙ୍କୁ ସ୍ମାର୍ଟଲୁକ୍‌ ଦେବ।
ଅତ୍ୟଧିକ ଶୀତରେ ଯଦି କୌଣସି ପାର୍ଟି ଯାଉଛନ୍ତି ତେବେ ସେହି ଅନୁସାରେ ପୋଷାକ ପିନ୍ଧନ୍ତୁ। ଅର୍ଥାତ୍‌ ଯଦି ପାର୍ଟି କୌଣସି ଖୋଲାସ୍ଥାନ କିମ୍ବା ଲନ୍‌ରେ ହେଉଥାଏ ଏବଂ ଆପଣଙ୍କୁ ଅଧିକ ସମୟ ରହିବାକୁ ଥାଏ ତେବେଶାଢି କିମ୍ବା ଡ୍ରେସ ସହିତ ଆପଣ ପୋଞ୍ଚୁ ପିନ୍ଧିପାରିବେ। ଏଥିରେ ଶରୀରର ଉପରିଭାଗ କଭର ହୋଇ ରହିବ ଓ ସୁନ୍ଦର ଦିଶିବ।
ଲମ୍ବା, ଷ୍ଟାଇଲିସ୍‌ ଏବଂ କ୍ଲାସି ଓଭରକୋଟ୍‌ ମଧ୍ୟ ଶୀତରୁ ରକ୍ଷା କରିବା ସହିତ ସ୍ମାର୍ଟ ଲୁକ୍‌ ଦେଇପାରିବ।
ପାରମ୍ପରିକ ଫ୍ୟାଶନ ଅନୁସାରେ କିଛି ଲୋକ ଭାବନ୍ତି କି ଫ୍ଲୋରାଲ ପ୍ରିଣ୍ଟ କେବଳ ଖରାଦିନେ ଭଲ ଲାଗେ। କିନ୍ତୁ ଶୀତରେ ବି ଫ୍ଲୋରାଲ ପ୍ରିଣ୍ଟର ଟ୍ରେଣ୍ଡ ଚାଲିଛି।