ଗର୍ଭାବସ୍ଥାରେ ବି ଲାଗିବେ ଷ୍ଟାଇଲିସ୍‌

ଗର୍ଭାବସ୍ଥାରେ ଶରୀରର ଗଠନ ବଦଳିଯାଉଥିବାରୁ ଅନେକଙ୍କୁ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ଚିନ୍ତା ବଢ଼ିଯାଏ। ହେଲେ କେତୋଟି ଫ୍ୟାଶନ ଆଇଡିଆ ଆପଣେଇଲେ ଗର୍ଭାବସ୍ଥାରେ ଷ୍ଟାଇଲିସ୍‌  ଲାଗି ପାରିବେ…

ପ୍ରଥମ କଥା ହେଉଛି ଷ୍ଟାଇଲିସ୍‌ ଲାଗିବା ନିଶାରେ ଯେକୌଣସି ପୋଷାକ ପିନ୍ଧି କମ୍ଫର୍ଟେବଲ୍‌ ଲାଗୁଥିବା ପୋଷାକ ପିନ୍ଧନ୍ତୁ। ଯଦି ଆପଣଙ୍କର ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିବା ପସନ୍ଦ ତେବେ ପ୍ଲାଜୋ ଏସମୟରେ ସବୁଠୁ ଅରାମଦାୟକ ଲାଗିବ। ଏହା ସହିତ ଟି ଶାର୍ଟ କିମ୍ବା ଶର୍ଟ କୁର୍ତ୍ତୀ ଭଲ ଲାଗିବ। ଅଧିକ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଆପଣ ଏହା ସହ ଷ୍ଟୋଲ କିମ୍ବା ସ୍କାର୍ଫ ଟ୍ରାଏ କରିପାରିବେ। ଯଦି ଜିନ୍ସ ପସନ୍ଦ ତେବେ ବିଭିନ୍ନ ବ୍ରାଣ୍ଡେଡ୍‌ କମ୍ପାନୀ ପକ୍ଷରୁ ଗର୍ଭାବସ୍ଥା ଲାଗି ପ୍ରସ୍ତୁତ କରାଯାଉଥିବା ସ୍ପେଶାଲ ଜିନ୍ସ ପିନ୍ଧିପାରିବେ।
ପାର୍ଟି କିମ୍ବା ଫଙ୍କସନ୍‌ ଲାଗି ଲଙ୍ଗ୍ସ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସବୁଠୁ ବେଷ୍ଟ ଅପ୍ସନ। ଏଥିରେ ଆପଣଙ୍କ ପରିବର୍ତ୍ତିତ ଫିଗର ମଧ୍ୟ ଜଣାପଡ଼ିବାର ଟେନ୍‌ଶନ୍‌ ନାହିଁ।
କୁଲ୍‌ କଟନ ଟପ୍ସ କିମ୍ବା ଏ-ଲାଇନ୍‌, ବେଷ୍ଟ ଲାଇନ୍‌ ଡ୍ରେସ୍‌ ବି ଏ ସମୟରେ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।
କଟନ କୁର୍ତ୍ତୀ ମଧ୍ୟ ଆପଣଙ୍କ ପାଇଁ ଭଲ ଅପ୍ସନ। ଏହା ନା କେବଳ ଦେଖିବାକୁ ସୁନ୍ଦର ବରଂ ବେଶ୍‌ ଆରାମଦାୟକ ମଧ୍ୟ।
ଡ୍ରେସ୍‌ ସହିତ ମ୍ୟାଚିଂ ଜୁଏଲେରୀ ପିନ୍ଧିବା ପସନ୍ଦ ହୋଇଥିଲେ ଭାରି ଜୁଏଲେରୀ ବଦଳରେ ଛୋଟ ଏବଂ ହାଲୁକା ଇୟରରିଂ, ଡିଜାଇନର୍‌ ଚୁଡ଼ି ଏବଂ ପତଳା ଚେନ୍‌ ପକାଇ ପାରିବେ।
ଏ ସମୟରେ ହାଇ ହିଲ୍‌ ପରିବର୍ତ୍ତେ ଆକର୍ଷଣୀୟ ଡିଜାଇନ୍‌ର ଫ୍ଲାଟ୍‌ ଚପଲ ପିନ୍ଧି ଫ୍ୟାଶନେବଲ୍‌ ଲୁକ୍‌ ପାଇପାରିବେ।