ସତର୍କ କରାଇଥିଲେ ସୁ ଚୀ

ୟାଙ୍ଗୁନ, ୩।୨: ମ୍ୟାନ୍‌ମାରରେ ଗଣତାନ୍ତ୍ରିକ ସଂସ୍କାର ସଫଳ ହେବ ଯଦି ଦେଶର ପ୍ରଭାବଶାଳୀ ସୈନ୍ୟବାହିନୀ ପରିବର୍ତ୍ତନକୁ ଗ୍ରହଣ କରିନିଏ। ପାଞ୍ଚ ଦଶନ୍ଧିର ସାମରିକ ଶାସନ ପରେ ୨୦୧୬ରେ ମ୍ୟାନ୍‌ମାର ନେତ୍ରୀ ହୋଇଥିବା ଆଙ୍ଗ୍‌ ସାନ୍‌ ସୁ ଚୀ ଅନେକ ଥର ଏଭଳି ସତର୍କ କରାଇଥିଲେ। ତାଙ୍କର ଏହି ସତର୍କବାଣୀ ସତ୍ୟ ସାବ୍ୟସ୍ତ ହୋଇଛି। ସୋମବାର ସାମରିକ ବାହିନୀ ବିଦ୍ରୋହ ବଳରେ ଦେଶର ଶାସନକୁ କବ୍‌ଜା କରିଛି। ଚୀଙ୍କୁ ମାତ୍ର ୨ ବର୍ଷ ହୋଇଥିବାବେଳେ ତାଙ୍କ ବାପା ତଥା ସ୍ବାଧୀନତାର ହିରୋ ଜେନେରାଲ ଅଙ୍ଗ୍‌ ସାନ୍‌ଙ୍କୁ ହତ୍ୟା କରାଯାଇଥିଲା। ୧୯୮୯ରେ ସୁ ଚୀଙ୍କୁ ଗୃହବନ୍ଦୀ କରାଯାଇଥିଲା। ପରବର୍ତ୍ତୀ ୨୨ ବର୍ଷରୁ ୧୫ ବର୍ଷ ସେ ଗୃହବନ୍ଦୀ ଜୀବନ କାଟିଥିଲେ। ସାମରିକ ଶାସନ ବିରୋଧରେ ଅହିଂସା ସଂଗ୍ରାମ ପାଇଁ ୧୯୯୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।

Share