କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲାପାଳଙ୍କ ନୋଟିସ

କେସିଙ୍ଗା,୨୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ଓ ଅନାସ୍ଥା ପ୍ରସ୍ତାବ ଗୃହିତ କରିବା ପାଇଁ ପଞ୍ଚାୟତ ସମିତି ସଭାଗୃହରେ ସ୍ବତନ୍ତ୍ର ସମିତି ବୈଠକ ଡକାଯିବା ସଂକ୍ରାନ୍ତରେ କଳାହାଣ୍ଡି ଉପଜିଲାପାଳ କଳାହାଣ୍ଡି ଏମପି,ବିଧାୟକ, ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କୁ ଆସନ୍ତା ନଭେମ୍ବର ୧ ତାରିଖରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପ ଜିଲ୍ଲାପାଳ ପ୍ରଭାବ କୁମାର ପରିଡା ନୋଟିସ ଜାରି କରିଛନ୍ତି।

ପଞ୍ଚାୟତ ସମିତି ଅନ୍ତର୍ଗତ କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ବିରୋଧରେ ଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ବିଚାର କରି ଅନାସ୍ଥା ପ୍ରସ୍ତାବ ଗୃହିତ କରିବା ସକାଶେ ଆଗାମୀ ନଭେମ୍ବର ମାସ ୧ ତାରିଖ ଦିନ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଭାବେ ଆହୁତ ବୈଠକ ସମିତି ର ସଭାଗୃହ ଠାରେ ପ୍ରାକୃତ ଅଧିକାରୀ ଜୟଦେବ ଦାସ, ଓ.ପ୍ର.ସେ (ଏସ୍.ବି) ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓଡିଶା ପାଞ୍ଚାୟତ ସମିତି ଆଇନ ୧୯୫୯ ର ଧାରା ୪୬ (ଖ) ଓ ଧାରା ୪୬ (ଖ)ର ଉପ ଧାରା (୧) ଓ (୨) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି।

Share