ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ରଶେଖର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଗତ ୨୨ ତାରିଖରେ ଦିନ ଦ୍ୱିପ୍ରହରରେ ଏକ ଅଭାବନୀୟ କାଣ୍ଡ ଫାଣ୍ଡିଠୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିଲା। ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ସୂଚନା ଦେବା ସହ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ମୁକୁଳାଇବାକୁ ଗୁହାରି କରିଥିଲେ। ମାତ୍ର ଫାଣ୍ଡି ଅଧିକାରୀ ଏହାକୁ କର୍ଣ୍ଣପାତ କରି ନ ଥିଲେ। ଫଳରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।