Categories: ଖେଳ

ସବ୍‌ଜୁନିୟର ବାଳିକା, ବାଳକ ହକି ଦଳ ଘୋଷିତ

ନୂଆଦିଲ୍ଲୀ,୨ା୧୦: ନେଦରଲାଣ୍ଡ୍ସ ଟୁର୍‌ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ବାଳିକା ବାଳକ ଦଳ ଘୋଷଣା କରିଛି। ଭାରତୀୟ ସବ୍‌ ଜୁନିୟର ଦଳ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଖେଳିବ। ଟୁର୍‌ରେ ଉଭୟ ଦଳ ନେଦରଲାଣ୍ଡ୍ସର ୧୮ ବର୍ଷରୁ କମ୍‌ ଓ ୧୬ ବର୍ଷରୁ କମ୍‌ ଦଳ ବିପକ୍ଷରେ ଖେଳିବାର କାର୍ଯ୍ୟ ସୂଚୀ ରହିଛି।

ଏପରିକି ଉଭୟ ଦଳ ନେଦରଲାଣ୍ଡ୍ସ୍ସର ସିନିୟର ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବ। ମନମିିତ୍‌ ସିଂ ରାଇ ବାଳକ ଏବଂ ଭବ୍ୟା ବାଳିକା ଦଳର ଅଧିନାୟିକା ଦାୟିତ୍ୱ ତୁଲାଇବେ। ସର୍ଦ୍ଦାର ସିଂ ସବ୍‌ଜୁନିୟର ବାଳକ ଦଳର କୋଚ୍‌ ରହିଥିବା ବେଳେ ରାଣୀ ବାଳିକା ଦଳର କୋଚ୍‌ ଅଛନ୍ତି। ଅକ୍ଟୋବର ୯ରୁ ୧୬ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଖେଳାଯିବ।

ବାଳକ ଦଳ: ମନମିତ୍‌ ସିଂ ରାଇ (ଅଧିନାୟକ), ଆଶୁ ମୌର୍ଯ୍ୟ (ଉପ ଅଧିନାୟକ), ରାହୁଲ ଯାଦବ, ରୋହିତ ତିର୍କୀ, ସୁରେଶ ଶର୍ମା, ରାହୁଲ ରାଜଭାର, ଘୁରନ ରୋହରା, ଅଧିକାରୀମାୟୁମ ରାହୁଲ ଭରଦ୍ୱାଜ (ଗୋଲ୍‌କିପର), ରିତେନ୍ଦର ସିଂ, ଦୀପକ ପ୍ରଧାନ, ଅଜିତ ଯାଦବ, କେତନ କୁଶାଓ୍ବା, ରୋହିତ ଇରେଙ୍ଗବାମ୍‌ ସିଂ, ଶ୍ରୀଜାନ ଯାଦବ, ନୀରଜ ଓ ରୋହିତ କୁଲୁ, ପ୍ରଦୀମ ପଣ୍ଡଳ, ସୋହିଲ ଅଲି, ଉଜ୍ୱଳ ପାଲ୍‌, ସୁଖମନପ୍ରୀତ ସିଂ।

ବାଳିକା ଦଳ: ଭବ୍ୟା (ଅଧିନାୟିକା), ରାଜନୀ କେରକେଟା (ଉପ ଅଧିନାୟିକା), କୋମଲ ପାଲ୍‌, ପାର୍ବତୀ ଟୋପ୍ନୋ, ଋତିକା ଆହିରଓ୍ବାର, ତମନ୍ନା କରୁଣା ମିଞ୍ଜ୍‌, ପ୍ରିୟଙ୍କା, ତନୁଜା ଟପ୍ପୋ, କାଜଲ ପୁନ୍ଦିର, କିର୍ତ୍ତୀ, କ୍ରିଷ୍ଣା ଶର୍ମା, କାଜଲ, ପୂର୍ଣ୍ଣିମା ଯାଦବ, ସ୍ବିଟି ଡୁଙ୍ଗ୍‌ଡୁଙ୍ଗ୍‌, ଡଲି ଭୋଇ, ନିଶା ଡାଡେଲ, ରବିନା ଏବଂ ଦୁଇ ଗୋଲ୍‌କିପର ହୋଦାମ ପବିତ୍ର ଦେବୀ ଓ ତାରା ଶୈଲଜା।

Share