Categories: ଖେଳ

ସବ୍‌ଜୁନିୟର ମହିଳା ହକି: ସୁନ୍ଦରଗଡ଼ ବିଜେତା

ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ସବ୍‌ଜୁନିୟର ହକି ଚାମ୍ପିୟନଶିପ୍‌ ଶୁକ୍ରବାର ଉଦ୍‌ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଯାଜପୁରକୁ ୫-୧ ଗୋଲରେ ହରାଇ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ସୁନ୍ଦରଗଡ଼ ପକ୍ଷରୁ ଶିତଲ ମିଞ୍ଜ, ଶିବାନୀ ଲୁଗୁନ, ପ୍ରିୟଙ୍କା ମିଞ୍ଜ, ଏଲିନା ବୁର୍‌ ଓ ଅଞ୍ଜନା ଲାକ୍ରା ଏବଂ ଯାଜପୁର ଦଳରୁ ବାହାମଣି ମୁଣ୍ଡା ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲ ୩-୧ ଗୋଲରେ ଖୋର୍ଦ୍ଧାକୁ ହରାଇ ବ୍ରୋଞ୍ଜ ପଦକ ପାଇଛି। ଅଞ୍ଜନା ଲାକ୍ରା ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଆନନ୍ଦିନୀ କେର୍କେଟା କେର୍କେଟା ପ୍ଲେୟର ଅଫ୍‌ ଦି ଫାଇନାଲ, ସାବିତ୍ରୀ ଏକ୍କା ଶ୍ରେଷ୍ଠ ଡିଫେଣ୍ଡର, ରିତିକା ମିଞ୍ଜ ଶ୍ରେଷ୍ଠ ଫରଓ୍ବାର୍ଡ, ସ୍ମିତା ଟପ୍ପୋ ଶ୍ରେଷ୍ଠ ମିଡ୍‌ଫିଲ୍ଡର ଓ ଅଙ୍କିତା ମିଞ୍ଜ ଶ୍ରେଷ୍ଠ ଗୋଲକିପର ପୁରସ୍କାର ପାଇଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share