ଛତ୍ରପୁର,୨୫।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସୁବଳୟା ସମିତିସଭ୍ୟ ମାମୀ ଦାସ ନିଖୋଜ ନେଇ ପଞ୍ଚାୟତବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିଖୋଜ ମାମୀ ନିନ୍ଦ୍ୱର୍ନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ସହ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଶୁକ୍ରବାର ପଞ୍ଚାୟତର ଶତାଧିକ ଲୋକେ ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତିା ପୂର୍ବରୁ ଏ ନେଇ ରମ୍ଭା ଥାନାରେ ଏତଲା ଦିଆଯାଇଥିଲା ଏବଂ ସମିତିସଭ୍ୟାଙ୍କୁ ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର କୌଣସି ପଦକ୍ଷେ ନିଆଯାଇ ନ ଥିବାରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।