ସୋନପୁର,୧୩ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ସୁପରା ଠେଲା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଠେଲା ଜିଲାର ୩ ନମ୍ବର ଜୋନ୍ରୁ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ଚଳିତ ନିର୍ବାଚନରେ ବିଜେଡି ମୋଟ୍ ୧୩ ଜିଲାପରିଷଦ ଜୋନ୍ରୁ ୧୨ଟିରେ ବିଜୟ ଲାଭ କରିଥିବା ବେଳେ ଭାଜପା ଓ କଂଗ୍ରେସ ଗୋଟିଏ ଲେଖାଏ ଆସନରେ ଜିତିଥିଲା। ଅଧ୍ୟକ୍ଷା ପଦବୀ ଅଣସଂରକ୍ଷିତ ଥିବା ବେଳେ ଦଳ ଜଣେ ନବାଗତ ମହିଳାଙ୍କୁ ଅଧକ୍ଷା କରିଛି।