ଭବାନୀପାଟଣା,୨୮।୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡାଦେଶ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ପ୍ରତିବାଦ ଜୋର ଧରିଛି ।
ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଦାବି ହେଉଛି ।
ଏ ନେଇ ଗୁରୁବାର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ ଅତ୍ୟାବଶ୍ୟକୀୟ ଜିନିଷକୁ ବାଦ୍ ଦେଇ ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଭିନ୍ନ ଛକଗୁଡିକରେ ଭାଜପା କର୍ମୀଙ୍କ ଦ୍ବାରା ପିକେଟିଂ କରାଯାଇଥିବା ଦେଖିବାକୁ ମିଳିଛି ।