Categories: ମେଟ୍ରୋ

ସୁବର୍ଣ୍ଣପୁର ଓଡ଼ିଆ ଭାଷା, ଲିପିର ଅନ୍ତୁଡ଼ିଶାଳ

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁବର୍ଣ୍ଣପୁର ରାଜ ଦରବାରର ବହୁତ ବଡ ଅବଦାନ ରହିଛି। ଏହି ମାଟିର ଶାସକ ମହାରାଜା ବୀର ମିତ୍ରୋଦୟ ସିଂହଦେଓ ସଂସ୍କୃତ, ଓଡ଼ିଆ, ବଙ୍ଗଳା ଓ ଇଂଲିଶ ଭାଷାରେ ଲିଖିତ ଶତାଧିକ ପୁସ୍ତକ ପ୍ରକାଶନ କରି ଭାଷା ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କ ପୃଷ୍ଠପୋଷକତାରେ ପ୍ରଥମ କରି ୧୯୧୯ରେ କଲିକତା ବିଶ୍ୱ ବିଦ୍ୟାଳୟରେ ଓଡିଆ ଏମ.ଏ ଶ୍ରେଣୀ ଖୋଲିଥିଲା। ଓଡ଼ିଆ ଭାଷାକୁ ସେ ସର୍ବଭାରତୀୟ ସ୍ତରରେ ପରିଚିତ କରାଇ ଥିଲେ। ସେହିଭଳି ରେଭେନ୍ସା କଲେଜରେ ଇଂଲିଶ ଏମ.ଏ ଶ୍ରେଣୀ ଖୋଲି ଓଡିଶାରେ ଇଂଲିଶ ଉଚ୍ଚ ଶିକ୍ଷାର ପ୍ରସାର କରାଇପାରିଛନ୍ତି। ତେଣୁ ସୁବର୍ଣ୍ଣପୁରକୁ ଓଡ଼ିଆ ଭାଷା ଓ ଲିପିର ଅନ୍ତୁଡିଶାଳ ବୋଲି କୁହାଯାଇଥାଏ।

Share