ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା

ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍‌ଶୀଘ୍ର ବିଜେଡି-ଭାଜପା ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆଉ ଯଦି ମେଣ୍ଟ ହୁଏ, ଉଭୟ ଦଳରୁ ଆଶାୟୀ ଥିବା ଅନେକ ବଡ ନେତା ନିଜ ସ୍ଥିତି ନେଇ ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି।
ଆସନ ବୁଝାମଣା ଅନୁସାରେ, ୨୦୦୦ ମସିହା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା ଆସନ ବିଜେଡି ଭାଗରେ ପଡିଥିଲା। ସୁବର୍ଣ୍ଣପୁର ଜିଲାର ସୋନପୁର, ବୀରମହାରାଜପୁର ଓ ବିନିକା ବିଧାନସଭା ଆସନ ମଧ୍ୟ ବିଜେଡି ଭାଗରେ ପଡିଥିଲା। ଏହିସବୁ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୪ ମସିହାରେ ବିଜେଡି ବିନିକା ଓ ବୀରମହାରାଜପୁର ଆସନ ଜିତିଥିବା ବେଳେ ସୋନପୁର ଆସନରେ ହାରି ଯାଇଥିଲା। ୨୦୦୯ ସୀମା ପୁନନିର୍ଦ୍ଧାରଣ ପରେ ବିନିକା ଆସନ ବିଲୀନ ହୋଇ ଯାଇଥିଲା। ସେହିପରି ପୂର୍ବରୁ ଏହି ଜିଲା ଢେଙ୍କାନାଳ ଓ କନ୍ଧମାଳ ଲୋକ ସଭା କ୍ଷେତ୍ର ଅଧୀନରେ ଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ପରେ ବଲାଙ୍ଗୀର ଲୋକ ସଭା ଅଧୀନକୁ ଆସିଥିଲା। ଅନ୍ୟପକ୍ଷେ ୨୦୦୯ରେ ମେଣ୍ଟ ସରକାର ଭାଙ୍ଗିବା ପରେ ଜିଲାରେ ବଦଳି ଯାଇଥିଲା ରାଜନୈତିକ ସ୍ଥିତି। ବିଜେଡି ଓ ଭାଜପା ସୋନପୁର ଓ ବୀରମହାରାଜପୁର ଆସନରେ ନିଜର ପ୍ରାର୍ଥୀ ଦେଇଥିଲେ। ଏଥିରେ ବିଜେଡି ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିଲା,ମାତ୍ର ଭାଜପାକୁ କ୍ଷତି ସହିବାକୁ ପଡିଥିଲା। ଏମ୍‌ପି ଓ ବିଧାୟକ ଆସନ ବିଜେଡି ଜିତିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି କ୍ରମାଗତ ଜନମତ ହାସଲ କରି ପ୍ରତିପକ୍ଷ ଦଳକୁ ଏକପ୍ରକାର ଚକ୍‌ମା ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ଆସନ ଭାଜପା ଜିତିଥିଲା ବେଳେ ଦଳୀୟ ପ୍ରାର୍ଥତ୍ନୀ ସୁବର୍ଣ୍ଣପୁର ଜିଲାରୁ ବିଜେଡି ପ୍ରାର୍ଥୀଙ୍କ ଠାରୁ କମ୍‌ ଭୋଟ ପାଇଥିଲେ। ଜିଲାର ଦୁଇ ବିଧାନସଭା ଆସନ ସୋନପୁର ଓ ବୀରମହାରାଜପୁରରେ ବିଜେଡି ପୂର୍ବ ଭଳି ପୋଛି ନେଇଥିଲା। ତେବେ ଭାଜପା ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରି ନିଜର ଭୋଟ ହାର ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ଦଳ ପରସ୍ପରକୁ ସବୁ ଆସନରେ କଡା ଟକ୍କର ଦେବା ଲାଗି ରଣନୀତି ପ୍ରସ୍ତୁତ କରିଥିବା ବେଳେ ଦଳୀୟ ନେତୃତ୍ୱ ବର୍ତ୍ତମାନ ମେଣ୍ଟ ଆଡକୁ ମୁହାଁଇବା ଦୁଇ ଦଳର ନେତା ଓ କର୍ମୀଙ୍କୁ ଅପ୍ରସ୍ତୁତ କରିଛି। ବିଜୟ ବ୍ୟବଧାନକୁ ଦେଖିଲେ ଜିଲାର ଦୁଇଟିଯାକ ବିଧାନସଭା ଆସନ ବିଜେଡି ଭାଗରେ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ବଲାଙ୍ଗୀର ଏମ୍‌ପି ଆସନ ଭାଜପା ଭାଗରେ ପଡିବା ନିଶ୍ଚିତ। ତେବେ ଉଭୟ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲାର ଗୋଟିଏ ଲେଖାଏ ବିଧାନସଭା ଆସନ ନିଜ ପାଖରେ ରଖିବାକୁ ନେତୃବୃନ୍ଦ ଆଶା ରଖିଛନ୍ତି। ବିଶେଷକରି ବିଜେଡିକୁ ଦୁଇଟି ଯାକ ଆସନ ମିଳିଲେ ଦୀର୍ଘବର୍ଷ ଧରି ସଂଗଠନ କରି ଆସୁଥିବା ଭାଜପା ନେତୃବୃନ୍ଦଙ୍କ ଭବିଷ୍ୟତ କ’ଣ ହେବ ସେ ନେଇ ଦଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା

ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି।...

ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ, ଶ୍ରେଣୀ ଗୃହର ଅଭାବ ହେବ ଦୂର

କେସିଙ୍ଗା,୧୧।୪(ତୁମେଶର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କସୃପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଶୁକ୍ରବାର ପରିଦର୍ଶନ କରି...

ତହଉରଙ୍କୁ ଭାରତ ଅଣାଯିବା ପରେ ମୋଦିଙ୍କ ୧୪ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହଉର ହୁସେନ ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା...

ଭୁବନେଶ୍ୱରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର,୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା ରାଜ୍ୟରେ ଆୟୁଷ୍ମାନ ଭାରତ...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା: ଜାଣନ୍ତୁ ଏହାର ଲାଭ, ଗୁରୁତ୍ୱ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଶୁକ୍ରବାର ଓଡ଼ିଶାରେ ଆରମ୍ଭ ହୋଇଛି। AB-PMJAY ଏବଂ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା...

ପାରିବାରିକ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ସୁନିତ ମିଶ୍ର): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image