ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ ହୋଇପଡିଛି। ତୁହାକୁ ତୁହା ବର୍ଷା ଲାଗିରହିବାରୁ ସହର, ଗ୍ରାମ, ବଜାର, ହାଟ, ସ୍କୁଲ, କଲେଜ ବର୍ଷା ପାଣିରେ ବୁଡିଯାଇ ଅବସ୍ଥା ବେହାଲ ହୋଇଛି। ଘନ ଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଧାନ, ପନିପରିବା ଚାଷର ବ୍ୟାପକ କ୍ଷତି ହୋଇ ଜଳର ଲହଡି ଭାଙ୍ଗୁଛି l
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଆସି ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ ଦ୍ୱିତୀୟ ବନ୍ୟାର ସଂକେତ ସୃଷ୍ଟି କରିଛି l ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ହୋଇ ବର୍ଷା ହେଉଥିବା ବେଳେ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକ  ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ଛଡ଼ାଯିବାର ସିଡବ୍ଲ୍ୟୁସି (କେନ୍ଦ୍ରୀୟ ଜଳ ଆୟୋଗ ) ସୂଚନା ଦେଇଛନ୍ତି l କେବଳ ଗାଲୁଡ଼ିହି ନୁହେଁ ଝାଡ଼ଖଣ୍ଡର ଅନ୍ୟ ଖଡ଼ଖାଇ ବ୍ୟାରେଜ ସହ ଚାନ୍ଦିଲି ଡ୍ୟାମରେ ଉଦବୃତ୍ତ ପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେଲେ ପୁଣି ଅନ୍ୟ ଏକ ବଡ ବନ୍ୟା ଆଶଙ୍କା ଏଡାଇ ଦିଆଯାଇ ନ ପାରେ ବୋଲି ସେଚ ବିଭାଗ ସୂଚନା ଦିଆଯାଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜଠାରେ ସତର୍କ ସୂଚନା ୯. ୪୫ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭.୯୩ ମିଟରରେ ପ୍ରବାହିତ ହେଉଛି।
ଅପରପକ୍ଷରେ ଭୋଗରାଇର କମର୍ଦ୍ଦା-ବାଲିଆପାଳ ମୁଖ୍ୟ କଂକ୍ରିଟ ରାସ୍ତା ଝାଡ଼ପିମ୍ପଳଠାରେ ୧ ଶହ ମିଟର ଲମ୍ବ ଓ ୧୨ ଫୁଟ ଉଚ୍ଚର ଘାଇ ସୃଷ୍ଟି ହେବାରୁ  ଭୋଗରାଇ, ଜଳେଶ୍ୱର ବ୍ଲକର ପ୍ରତିବେଶୀ ଗାଁ ପ୍ରତି ବିପଦ ଦେଖାଦେଇଛି। ଉଲୁଡ଼ା ଗଁାର କୁମୁଦ ସାହୁ, କ୍ଷିତୀଶ ରଣା, ଅଜୟ କୁମାର ସେଠୀ, ଝାଡପିମ୍ପଳ ଗାଁର ରବୀନ୍ଦ୍ର ପ୍ରଧାନ ଓ ଦେବକୁମାର ଗାଁର ବିଜୟ ଅଣ୍ଡିଆ ପ୍ରମୁଖ ଗ୍ରାମବାସୀ ପୁଣି ବନ୍ୟା ଆସିଲେ ଏଠାରେ ଭୟଙ୍କର ସ୍ଥିତି ଉପୁଜିବ ବୋଲି କହିଛନ୍ତି। ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଦବି ଯାଇଥିବା ରାସ୍ତାକଡ଼ରେ  ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ଶହ ଶହ ବାଲି ବସ୍ତା ପକାଯାଇ ଜନଜୀବନ ସୁରକ୍ଷିତ ନିମନ୍ତେ ଉଦ୍ୟମ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଗୁରୁବାର ସକାଳ ୮ଟା ସୁଦ୍ଧା ଜଳେଶ୍ୱରରେ ସର୍ବାଧିକ ୫୬ମି.ମି., ଭୋଗରାଇରେ ୫୧ ମି.ମି., ବାଲିଆପାଳରେ ୩୬ମି.ମି., ସଦରରେ ୨୩ମି.ମି., ରେମୁଣାରେ ୪୦ମି.ମି., ନୀଳଗିରିରେ ୪୩ମି.ମି.,  ବାହାନଗାରେ ୨ ୫ମି.ମି.,  ସୋରରେ ୨ ୦ ମି.ମି., ଖଇରାରେ ୩୧ମି.ମି., ସିମୁଳିଆରେ ୨୪ମି.ମି., ଔପଦାରେ ୩୬ମି.ମି. ଓ ବସ୍ତା ବ୍ଲକରେ ସର୍ବନିମ୍ନ ୧୮ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଖଣି ମାଫିଆଙ୍କ ହାତବାରିସୀ ସାଜିଛି ପୋଲିସ: ଗୁମର ଫିଟାଇଲା ଏଡିଜିଙ୍କ ଚିଠି

କଟକ,୨୬ା୯: ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ...

ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ...

ପମି ଆଣିଲେ ଅଭିଯୋଗ: ଚୋରି କରି ନେଇଛନ୍ତି ମୋ ଗୀତ

ଭୁବନେଶ୍ୱର,୨୬ା୯: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ କଣ୍ଠଶିଳ୍ପୀ ପମି ମିଶ୍ର। ତାଙ୍କର ୧୪ ବର୍ଷ ପୁରୁଣା ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri