ଆଜି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ: ଏହି ନମ୍ବରକୁ କଲ୍‌ କରି ପାଆନ୍ତୁ ଅପ୍‌ଡେଟ୍‌

ଭୁବନେଶ୍ୱର, ୯ା୧୦(ସୁନିତ୍‌ ମିଶ୍ର):‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ବୁଧବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଭାତୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇବେ। ଏନ୍‌ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାରିପଦାର ଛଉ ପଡ଼ିଆଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି ବଣ୍ଟନ କରିବେ। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବ୍‌ସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ୍‌ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୯।୧୦: ଖୁବଶ୍ରୀର୍ଘ ବାରିପଦାରେ ଏକ କଳାବାଘ ସଫାରୀ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। କଳାବାଘ ସଫାରୀ...

ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଆସିଲା ହାଇକୋଟର୍ଙ୍କ ବଡ଼ ରାୟ: ଅଧକ୍ଷା ପ୍ରିୟଙ୍କା ଗୌଡଙ୍କୁ ଝଟ୍‌କା

ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଉପରେ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। କୋର୍ଟଙ୍କ ଏହି ରାୟରେ ଅଧ୍ୟକ୍ଷା...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଯଦି ତ୍ରୁଟି ଅଛି ତେବେ…

ଭୁବନେଶ୍ୱର,୯ା୧୦: ବୁଧବାର ଅର୍ଥାତ୍‌ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ତେବେ ଖୁବ୍‌ଶୀଘ୍ର...

ଆଜି ଖାତାକୁ ଆସିନି ସୁଭଦ୍ରା ଟଙ୍କା, ପୁନର୍ବାର କରିପାରିବେ କି ଆବେଦନ, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା…

ଭୁବନେଶ୍ୱର,୯।୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ...

ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ, ଅମ୍ବାଭୋନା ଥାନା ପ୍ରକାଶପୁର...

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ଟର୍ଚ୍ଚ ମାରିଲେ ମାଉସୀ, ବାରିପଦା ସଭାରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୯।୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri