ଆସନ୍ତା ମହିଳା ପର୍ବରେ ମିଳିବ ସୁଭଦ୍ରା ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆଗକୁ ମହିଳାଙ୍କ ଉତ୍ସବ ଆସୁଛି, ଏଥିରେ ସୁଭଦ୍ରା ଟଙ୍କା ଦିଆଯିବ। ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ। କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିବ । ପର୍ଯ୍ୟାୟକ୍ରମେ ମୋଟ୍‌ ୧ କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ଦିଆଯିବ । ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୯୨ ଲକ୍ଷ ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏହା ୧ କୋଟିରେ ପହଞ୍ଚିବ। ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। । ଦୁଇ ଦିନ ପୂର୍ବରୁ ଏ ନେଇ ସମୀକ୍ଷା କରାଯାଇଛି। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି। ଇ-କଓ୍ବୋଇସି ପାଇଁ ଟିକେ ସମୟ ଲାଗୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କିଏ ଆଗେ ଓ କିଏ ପରେ ପାଉଛନ୍ତି। କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି ସେ କହିଛନ୍ତି ।

ନିଜ ଜନ୍ମଦିବସ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ସୁଭଦ୍ରା ପ୍ରଥମ କିସ୍ତି ବାଣ୍ଟିଥିଲେ। ଏଥିପାଇଁ ୧୨୫୦ କୋଟି ୫୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷ (୨୦୨୪-୨୫ରୁ ୨୦୨୮-୨୯ )ମଧ୍ୟରେ ୫୦ ହଜାର ଟଙ୍କା ମିଳିବ। ୨ଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।

Share