ଭୁବନେଶ୍ୱର,୧୯।୪: ମହିଳାଙ୍କ ପାଇଁ ଖୁସି ଖବର। ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ଼ ଘୋଷଣା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଶନିବାର କହିଛନ୍ତି, ଏପ୍ରିଲ ୨୪ରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ପୁରୀ ଠାରେ ସୁଭଦ୍ରା ଟଙ୍କା ବଣ୍ଟାଯିବ । ପଞ୍ଚାୟତିରାଜ ଦିବସ ଅବସରରେ ଏହି ଟଙ୍କା ବାଣ୍ଟିବେ ସରକାର । ଏପ୍ରିଲ ୨୪ ତାରିଖ ଅର୍ଥାତ ଆଉ ମାତ୍ର ୪ ଦିନ ପରେରେ ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାମାନଙ୍କୁ କେବଳ ଟଙ୍କା ମିଳିବ । ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ପରେ ଆବେଦନ କରିଥିବେ, ସେମାନଙ୍କୁ ଟଙ୍କା ମିଳିବନି ।


