ଉନ୍ମୋଚନ ହେଲା ‘ସୁଭଦ୍ରା ପୋର୍ଟାଲ’: ମିଳିବ ‘ସୁଭଦ୍ରା ଯୋଜନା’ର ସବୁକିଛି ସୂଚନା

ଭୁବନେଶ୍ୱର,୨।୯: ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍‌ ଇନ୍‌ କରି ସବୁକିଛି ସୂଚନା ପାଇପାରିବେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ   କହିଛନ୍ତି, ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ସୁଭଦ୍ର ଯୋଜନା ସମ୍ବନ୍ଧରେଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ। ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଦତ୍ତ ଅଛ। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛ। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ। ଏହାସହ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ। ଆଉ କିଛି ଜାଣିବାକୁ ହେଲେଆପଣ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ କରିବେ। ଏହି ଟୋଲ ଫ୍ରୀ ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ପୋର୍ଟାଲରୁ ହିଁ ଜାଣିହେବ। ସୁଭଦ୍ରା ଯୋଜପାର ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରି ପାରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀଓ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri