‘ଶେଷ ହିତାଧିକାରୀ ଅନ୍ତର୍ଭୁକ୍ତ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ’

କଟକ,୧୫ା୯(କାର୍ତ୍ତିକ ସାହୁ): ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ସୁଭଦ୍ରା ଯୋଜନାର ସୁଫଳ ମିଳିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ଶେଷ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ। ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାର ସୁଫଳ ଯେପରି ସହଜରେ ସବୁ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ବ ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ। ପ୍ରଥମ କିସ୍ତି ଆସନ୍ତା ୧୭ରେ ଓ ଦ୍ୱିତୀୟ କିସ୍ତି ୨୦୨୫ ମାର୍ଚ୍ଚ ୮ରେ ହିତାଧିକାରୀଙ୍କୁ ଦିଆଯିବ ବୋଲି ପରିଡ଼ା କହିଛନ୍ତି। ପଞ୍ଜୀକରଣରେ ହିତାଧିକାରୀଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼ିବ ସେଥିପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହି ଅବସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ସାମିଲ ହୋଇ ଆକାଶବାଣୀ ପରିସରରେ ଚାରାରୋପଣ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ରତନ ପ୍ରସାଦଙ୍କ ସମେତ ଆକାଶବାଣୀ ସମାଚାର ବିଭାଗ, କାର୍ଯ୍ୟକ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା...

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା...

ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା

ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।...

ଆସନ୍ତା ୨ଦିନ ବଜ୍ରପାତ ସହ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨୯।୭(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ଥୁଆମୂଳ ରାମପୁର, ୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ସୁନି ସାହୁଙ୍କ ୧୫ ବର୍ଷିଆ ନାବାଳକ ପୁଅ ନରେଶ...

କାଲିଠୁ ନିଖୋଜ ଥିଲେ, ତାମ୍ପରା ନିକଟରୁ ଶୋଇଥିବା ଅବସ୍ଥାରେ ମିଳିଲା ମୃତଦେହ; ପୋଲିସ…

ଛତ୍ରପୁର,୨୯।୭(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ତାମ୍ପରା ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର...

ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।...

୨୨ ପିଲାଙ୍କୁ ପୋଷ୍ୟ ଗ୍ରହଣ କରିବେ ରାହୁଲ

ଶ୍ରୀନଗର,୨୯ା୭: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନୀ ସେନାର ସେଲ୍‌ ମାଡ଼ରେ ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଅନାଥ ହୋଇଥିବା ୨୨ ଜଣ ପିଲାଙ୍କୁ ଲୋକ ସଭାର ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image