
ଭୁବନେଶ୍ୱର,୧୬।୩: ‘ସୁଭଦ୍ରା’ ହିତାଧୀକାରୀଙ୍କ ପାଇଁ ବଡ଼ ଖବର । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଦୁଇଟି କିସ୍ତି ନମିଳିଥିଲେ ଏକାଥରକେ ସରକାର ଦେବେ ୩ଟି କିସ୍ତିର ଟଙ୍କା । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନ ଥିଲେ ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର । ଆଉ ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।
ଆଗକୁ ରାକ୍ଷୀ ସୁଭଦ୍ରା ଟଙ୍କା ମିଳିବ । ବ୍ରହ୍ମପୁରରେ ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ‘ସୁଭଦ୍ରା’ ଟଙ୍କା । କିନ୍ତୁ ତୃତୀୟ କିସ୍ତି କେଉଁଠାରୁ ଦିଆଯିବ ତା’ ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଯେଉଁମାନେ ଦୁଇଟି ଯାକ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ ସରକାର ଦେବେ ୫ ହଜାର ଏବଂ ଯେଉଁମାନେ ଆଦୌ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ୧୫ ହଜାର ଟଙ୍କା ଦେବେ ସରକାର ।