ସୁଭଦ୍ରା ଯୋଜନା ଆବେଦନ ହେବ ସହଜ, ଲୋକଙ୍କୁ ସମସ୍ତ ପ୍ରକାର…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): ସାରା ରାଜ୍ୟରେ ଏବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ରହିଥିବା ବେଳେ ତାକୁ ଦୂର କରିବା ଲକ୍ଷ୍ୟ ଓ ମହିଳାମାନେ କିଭଳି ଏହି ଯୋଜନାରେ ସଠିକ୍‌ ଭାବେ ଆବେଦନ କରିବେ ଓ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫାଇଦା ନେଇପାରିବେ ସେ ନେଇ ରାଜ୍ୟଠାରୁ ଆରମ୍ଭ କରି ବ୍ଲକ ଏବଂ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏଥିପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।

ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଗୁରୁବାରଠାରୁ ପ୍ରତି ପଞ୍ଚାୟତକୁ ସୁଭଦ୍ରା ରଥ ଗଡ଼ିବ ଓ ଲୋକଙ୍କୁ ସମସ୍ତ ପ୍ରକାର ସନ୍ଦେହ ଦୂର କରି ଏହି ଯୋଜନାର କିଭଳି ଫାଇଦା ମିଳିବ ସେନେଇ ପ୍ରୟାସ କରାଯାଉଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି।

ପ୍ରଥମ ଦିନ ସୁଭଦ୍ରା ରଥ ଉକ୍ତ ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ, ବୁଡ଼ାଗୁଡା, ତିଲୋରୀ, କିରିକୁଟି, ସିମନବାଡ଼ି ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ଶୁକ୍ରବାର ଶ୍ରାନିକେତା, ଦାରିଙ୍ଗବାଡ଼ି,ବାଡାବାଙ୍ଗା, ସିଆଙ୍ଗବାଲି ଓ ଭ୍ରମରବାଡ଼ି, ଶନିବାର ଗ୍ରୀନବାଡ଼ି,ପର୍ତ୍ତମାହା, ପ୍ଳିହେରି, ଦାନେକବାଡ଼ି, ସିର୍କାବର୍ଗ, ରବିବାର ଦାସିଙ୍ଗବାଡ଼ି, ସୋନପୁର, ତାଜୁଙ୍ଗିଆ,ସରାମୁଳି ଏବଂ ଗଦାପୁରରେ ସଚେତନ କରିବ।

ସେହିପରି ଶେଷଦିନ ଅର୍ଥାତ ସୋମବାର ବ୍ରାହ୍ମଣୀଗାଁ, ଝିଞ୍ଜିରୀଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ଏବଂ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବ ଏହି ସମୟରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି, ପ୍ରଶାସନ, ପଞ୍ଚାୟତ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ବିଡିଓ ପାତ୍ର ସୂଚନା ଦେଇଛନ୍ତି। ଏବେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି ରଥ ବୁଲୁଥିବା ବେଳେ ଗୁରୁବାର ଦାରିଙ୍ଗବାଡ଼ି ଅଞ୍ଚଳରେ ବୁଲିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image