ବିପ୍ଲବରେ ପରିଣତ ହୋଇଛି ସୁଭଦ୍ରା ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶନିବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଆମ୍ବପୁଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଏଥିରେ ସେ ରାଜ୍ୟର ୧କୋଟି ୬୪ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ବରଗଡ଼ ସହରସ୍ଥିତ ନିଶାମଣି ସ୍କୁଲ ପଡ଼ିଆରେ ଜିଲା ପ୍ରଶାସନ ପକ୍ଷରୁ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ।
ମୁଖ୍ୟଅତିଥି ମହାଲିଙ୍ଗ କହିଥିଲେ, ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। ସୁଭଦ୍ରା ଯୋଜନା କେବଳ ବର୍ଷକୁ ୨ଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି। ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଏବଂ ବିଶ୍ୱାସ ସଞ୍ଚାର କରିପାରିଛି ଏବଂ ସୁଭଦ୍ରା ସହାୟତା ଆଜି ୧କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଖରେ ପହଞ୍ଚିଛି ବୋଲି ମହାଲିଙ୍ଗ କହିଥିଲେ।

ବରଗଡ଼ ଲୋକ ସଭା ସଦସ୍ୟ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗତ ୯ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବରଗଡ଼ ଜିଲାରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ସୂଚନା ଦେଇଥିଲେ। ପ୍ରକାଶଥାଉ କି, ଶନିବାର ବରଗଡ଼ ଜିଲାର ମୋଟ୍‌ ୩ଲକ୍ଷ ୯୬ହଜାର ୩୧୭ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ଲକ୍ଷ ୫୮ହଜାର ୪୨ଜଣଙ୍କ ପାଖକୁ ଦ୍ୱିତୀୟ କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପହଞ୍ଚିଛି।

ଏହି ଅବସରରେ ଅନୁଷ୍ଠିତ ସମସ୍ତେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିଥିଲେ। ସେହିପରି ଜିଲା ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ସିଡିପିଓଭାବେ ପାଇକମାଲରୁ ବାସନ୍ତୀ ପୁର୍ଟି, ଶ୍ରେଷ୍ଠ ସୁପରଭାଇଜର ଭାବେ ପାଇକମାଲରୁ ଗାୟତ୍ରୀ ଷଡ଼ଙ୍ଗୀ, ଅତାବିରାରୁ ଅନୁପମା ହେସ, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀଭାବେ ବରଗଡ଼ ସଦର ମହକୁମାର ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଗାଇସିଲେଟର ରୀନାରାଣୀ ପ୍ରଧାନ, ବରପାଲିର ଦିପାଞ୍ଜଳି ପ୍ରଧାନ, ଅମ୍ବାଭୋନାର କଲ୍ୟାଣୀ ସାହୁ, ଶ୍ରେଷ୍ଠ ହେଲପରଭାବେ ଝାରବନ୍ଧର ଚନ୍ଦ୍ରତୋଳା ନାୟକ, ଭେଡ଼େନର କମଳିନୀ ବେହେରା, ସୁବର୍ଣ୍ଟ ସେଠଙ୍କୁ ସମ୍ମାନିତ କରାଯାଇଥିଲା। ଶିଶୁ ବିବାହ ରୋକିବା ନିମନ୍ତେ ଲୋକଙ୍କୁ ସଚେତନ କରୁଥିବା ଝାରବନ୍ଧ ବ୍ଲକର ରାଖୀ ମେହେରଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ସୁଭଦ୍ରା ପ୍ରଥମ କିସ୍ତିର ବିନିଯୋଗ କରି ସଫଳ ହୋଇଥିବା ସୀମା ନାଗ, ସୁରେଶ୍ୱରୀ ନାଗ, ସୁମତି ଜାଲ ଏବଂ ଆଲ୍ଲାଦିନୀ ବାଗଙ୍କୁ ସୁଭଦ୍ରା ସିମ୍ବଲିକ୍‌ ଚେକ୍‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଭାଷଣ ଦେଇଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ଡିଏସ୍‌ଡବ୍ଲୁଓ ସନ୍ଧ୍ୟାରାଣୀ ନେପାକ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର...

ରାମନବମୀରେ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା

ସମ୍ବଲପୁର,୬।୪(ଭବାନୀ ଶଙ୍କର ଭୋଇ): ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରବିବାର ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସମନ୍ବ୍ବୟ ସମିତି ପକ୍ଷରୁ...

ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ 

ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ...

୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ...

ବାଇକ୍‌ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍‌କୁ ଏକ ହାଇଓ୍ବା ଧକ୍କା...

WhatsApp ଆଣିଲା ନୂଆ ଫିଚର: ଏଣିକି ୟୁଜର ଷ୍ଟାଟସ୍ ଅପଡେଟ୍‌ରେ ଗୀତ ରଖିପାରିବେ

ନୂଆଦିଲ୍ଲୀ,୬।୪: ମେଟା-ମାଲିକାନାଧୀନ ପ୍ଲାଟଫର୍ମ ହ୍ୱାଟସଆପ୍ ଏକ ନୂତନ ଫିଚର ଆଣିଛି ଯାହା ୟୁଜରମାନଙ୍କୁ ସେମାନଙ୍କର ଷ୍ଟାଟସ୍ ଅପଡେଟରେ ଗୀତ ଯୋଡ଼ିବାକୁ ଅନୁମତି ଦେବ। ଏହି ଫିଚର,...

ଆକର୍ଷଣ ସାଜିଲା ତେର ଦଣ୍ଡ ମିଳନ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ବାଲିଗୁଡ଼ା,୬ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହାକୁ...

Video: ଟାର୍ଗେଟ ପୂରଣରେ ବିଫଳ ହେବାରୁ କର୍ମଚାରୀଙ୍କୁ କୁକୁର ସଜାଇଲେ, ତଦନ୍ତ ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

କୋଚି, ୬।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image