‘ଶମ୍ଭୁ’ରୁ ଶୁଭମ

ଓଡ଼ିଆ ସିନେମାର ନବାଗତ ନାୟକ ତାଲିକାରେ ଆଉ ଜଣେ ନିଜ ନାମକୁ ସାମିଲ କରିଛନ୍ତି। ସେ ହେଲେ ଶୁଭମ। ନିର୍ମିତ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶମ୍ଭୁ’ରୁ ସେ ନାୟକ ଭାବରେ ଦେଖାଦେବେ। ଅନୁପମା ମୁଭିଜ୍‌ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ. ଦିଲୀପ ପଣ୍ଡା। ଏହି ଫିଲ୍ମରେ ଶୁଭମଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତମନ୍ନା। ଏମାନଙ୍କ ବ୍ୟତୀତ ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ବିନପ୍ସା ଜେନାଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର କାହାଣୀ ଅନୁପମା ନନ୍ଦ ରଚନା କରଥିବା ବେଳେ ସଂଳାପ ଲେଖିଛନ୍ତି ଆଗଧାଡିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଦୀପକ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀପ ‘ରସିକ ନାଗର’, ‘କ୍ରିମିନାଲ’, ‘ଧର୍ମ’, ‘ମେଣ୍ଟାଲ’, ‘ହରି ଓମ ହରି, ‘ହୀରୋ’ ’ଟାଇଗର’ ଆଦି ୨୪ଟି ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ମାସରେ ହିଁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏହାର କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ।

Share