ଜଣେ ଝିଅ ଭଲପାଇବାରେ ଏଭଳି ଅନ୍ଧ ହୋଇଯାଇଥିଲେ ଯେ ନିଜ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ବି ପଛାଇନଥିଲେ । ଏ ହତ୍ୟାକାଣ୍ଡ ଏଭଳି ଘଟିଥିଲା ଯେ ଯାହାକୁ କେହି କେବେ ବି କଳ୍ପନା କରିନଥିଲେ । ଏ ଘଟଣା ହେଉଛି ଏକ ଏଭଳି ଜଣେ ଝିଅର, ଯାହାକୁ ବାପା ମା’ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ । ପାଳି ପୋଷି ବଡ କରିଥିଲେ । ଭଲ ଶିକ୍ଷା ଦେଇଥିଲେ, ଭାଇମାନେ ବି ଭଉଣୀକୁ ଖୁବ୍ ଭଲ ପାଇବା ସହ ତା’ ପାଇଁ କୌଣସି ବି ଜିନିଷରେ ଉଣା କରୁନଥିଲେ ।
ହେଲେ ସେ ଝିଅ ନିଜ ପରିବାର ଲୋକଙ୍କର ଏଭଳି ଅବସ୍ଥା କରିଥିଲା ଯାହାକୁ ଆଜି ଶୁଣିଲେ ଲୋମ ଟାଙ୍କୁରି ଉଠିବା ସହ ଝିଅ ପ୍ରତି ମନରେ ଘୃଣା ଭାବ ଆସିଯିବ । ଆମେ କହୁଛୁ ଉତ୍ତରପ୍ରଦେଶର ଅମରୋହା ଠାରେ ରହୁଥିବା ସବନମ୍ ଙ୍କ ଜୀବନ କଥା ।