ଏନ୍‌ଏସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁବାସ ପଲେଇ

ହିଞ୍ଜିଳିକାଟୁ,୩୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ଦଳର ବିଜୟୀ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟ ନିିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ନୂତନ ଅଧ୍ୟକ୍ଷ ପଲେଇଙ୍କୁ ସ୍ବାଗତ କରିବା ସହ ଅଧ୍ୟକ୍ଷ ଆସନରେ ବସାଇଥିଲେ। ଉପସ୍ଥିତ ନବନିର୍ବାଚିତ କାଉନସିଲର ଅଧ୍ୟକ୍ଷ ପଲେଇଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ପୌର ସଭାଗୃହରେ ନୂତନ ଅଧ୍ୟକ୍ଷ ସହରାଞ୍ଚଳର ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ସହାୟତା ନିବେଦନ କରିଥିଲେ। ବିଜେଡି ନଗର ସଭାପତି ଭୀମସେନ ବେହେରା, ପୂର୍ବତନ ଅଧ୍ୟକ୍ଷ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପବିତ୍ର ମୋହନ ପାଣିଗ୍ରାହୀ, ପ୍ୟାରୀମୋହନ ପାଣି ପ୍ରମୁଖଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟାଳୟର କର୍ମଚାରୀମାନେ ନୂତନ ଅଧ୍ୟକ୍ଷଙ୍କୁ ସ୍ବାଗତ କରିଥିଲେ।

Share