ଫଟୋ ଶେୟାର କରି ଖୁସି ଖବର ଦେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ଖୁସି ଖବର ଦେଇଛନ୍ତି । ତେବେ ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ୩୪ତମ ଜନ୍ମଦିନରେ ଏହି ଖବର ଶେୟାର କରିଛନ୍ତି। ଫଟୋରେ ସେ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି।
ପ୍ରଣିତା ପ୍ରଥମ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସେ ବୋଙ୍ଗାଲୁରୁର ବ୍ୟବସାୟୀ ନିତିନ ରାଜୁଙ୍କୁ୨୦୨୧ ମେ ୩୦ରେ ବିବାହ କରିଥିଲେ ଏବଂ ଜୁନ ୧ରେ ସୋସିଆଲ ମିଡିଆରେ ସେ ତାଙ୍କ ବିବାହ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ।

 

 

Share