ପୁଣିଥରେ ରାମ-ଲଖନଙ୍କୁ ନେଇ ଫିଲ୍ମ ତିଆରି କରିବେ ସୁଭାଷ

ମୁମ୍ବାଇ: ଦୀର୍ଘ ୩୧ ବର୍ଷ ପରେ ପୁଣିଥରେ ରାଭ-ଲଖନ ଯୋଡିଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇ । ୩୧ ବର୍ଷ ପୂର୍ବରୁ ସେ ବଲିଉଡ୍ ନାୟକ ଜ୍ୟାକି ଶ୍ରଫ ଓ ଅନୀଲ କପୁରଙ୍କୁ ନେଇ ନିର୍ମାଣ କରିଥିଲେ ଫିଲ୍ମ “ରାମ-ଲଖନ’ ଯାହା ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛି । ଏଥର କିନ୍ତୁ ଏକ ମର୍ଡର ମିଷ୍ଟ୍ରି କମେଡି ଫିଲ୍ମରେ ଏହି ଯୋଡି ନଜର ଆସିବେ ବୋଲି ସୁଭାଷ ନିକଟରେ କହିଛନ୍ତି । ଫିଲ୍ମର ନାମ ‘ରାମ ଚନ୍ଦ କିଷନ ଚନ୍ଦ’ ରଖାଯାଇଥିବା ବେଳେ ଏହା ମୁକ୍ତା ଆର୍ଟସ୍ ବ୍ୟାନରରେ ନିର୍ମାଣ କରାଯିବ । ଏବେ ଜ୍ୟାକି ଓ ଅନିଲ କପୁରଙ୍କୁ ୬୦ ବର୍ଷ ଅତିକ୍ରମ କରିଥିବା ବେଳେ ଏମାନେ ଏହି ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ନିକଟରେ ଏହାର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରତି ଅନିଲ ଓ ଜ୍ୟାକି ସାମାନ୍ୟ ସୂଚନା ଦେଇଥିଲେ ।

Share