Categories: ଜାତୀୟ

ନେତାଜୀ ଜୟନ୍ତିକୁ ଜାତୀୟ ଛୁଟି ଦିବସ ଘୋଷଣା କରିବାକୁ ଦାବି

କୋଲକାତା,୨୩ ।୧: ସାରା ଦେଶ ଆଜି ପାଳନ କରୁଛି ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି । ଚଳିତ ବର୍ଷ ଆଜିର ଦିନରୁ ସାରା ଦେଶରେ ସଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପଟେ ନେତାଜିଙ୍କ ଜୟନ୍ତିକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହିଦିନ ‘ଦେଶ ନାୟକ ଦିବସ’ ପାଳନ କରାଯିବା ଉଚିତ ବୋଲି ସେ କହିଛନ୍ତି । ଚଳିତ ବର୍ଷ ନେତାଜିଙ୍କ ଜୟନ୍ତି ଅବସରରେ ଇଣ୍ଡିଆ ଗେଟରେ ତାଙ୍କର ଏକ ହଲୋଗ୍ରାମ ମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକର୍ପଣ କରିବେ ।
ସୂଚନାଯୋଗ୍ୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ରବିବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Share