Categories: ଖେଳ

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି । ଏଥି ସହିତ ଭାରତୀୟ ଟିମ୍‌ ବିଜୟ ସୁନିଶ୍ଚିତ କରିଛି । ଭାରତର ସମୟ ଅନୁସାରେ ଆଜି ଉପରବେଳା ୪.୩୦ ମିନିଟ୍‌ରେ ଏହି ଶେଷ ମ୍ୟାଚ୍‌ ଖେଳାଯିବ ।

ତେବେ ଶେଷ ମ୍ୟାଚ୍‌ରେ ପ୍ଲେଇଂ ଇଲେଭେନ୍‌ରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ଶୁଭମନ ଗିଲ୍‌ । ମୁକେଶ କୁମାର ଏବଂ ରିୟାନ ପରାଗଙ୍କ ଏହି ମ୍ୟାଚ୍‌ରେ ଏଣ୍ଟ୍ରି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଋତୁ ରାଜ ଗାୱକ଼୍ବାଡ ଏବଂ ଖଲିଲ ଅହମଦଙ୍କୁ ଦଳରୁ ଆସ଼୍ବସ୍ତି ଦିଆଯାଇପାରେ ବୋଲି କୁହାଯାଉଛି ।

ସୂଚନା ଥାଉକି, ୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ଼୍ବାୱେ ଭାରତକୁ ୧୫୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଏହି ରନ୍‌ର ପିଛା କରି ଭାରତ ୧୫.୨ ଓଭରରେ ଶୁଭମନ ଏବଂ ଜୱସ଼୍ବାଲଙ୍କ ଅର୍ଦ୍ଧଶତକ ବଳରେ ବିନା କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍‌ରେ ୪ଟି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଟି-୨୦ କ୍ରିକେଟ୍‌ ଇତିହାସରେ ଭାରତ ୧୫୦ରୁ ଅଧିକ ରନ୍‌ର ପିଛା କରି ୧୦ ୱିକେଟ୍‌ ସହ ପ୍ରଥମ କରି ଏପରି ମ୍ୟାଚ୍‌ ଜିତିଛି । ବିଶ଼୍ବ କ୍ରିକେଟ୍‌ ଇତିହାସରେ ଏହା ମାତ୍ର ୫ ଥର ହୋଇଛି । ଅନ୍ୟପଟେ ଗିଲ୍‌ ଏବଂ ଜୱସ଼୍ବାଲ ୨୮ ବଲ୍‌ ବାକି ଥାଇ ୧୫୩ ରନ୍‌ ଟାର୍ଗେଟ୍‌ ପୁରଣ କରିଥିଲେ । ଏହା ଭାରତର ସବୁଠାରୁ ଅଧିକ ବଲ୍‌ ବାକି ଥାଇ ଜିତିଥିବା ମ୍ୟାଚ୍‌ ହୋଇଛି।

ତୃତୀୟରେ ଏହା ବିନା କୌଣସି ୱିକେଟ୍‌ ହରାଇ ଅର୍ଥାତ ଦୁଇ ଖେଳାଳିଙ୍କ ୧୫୩ ରନ୍‌ ଭାଗିଦାରୀ ଅତିକ୍ରମ କରିବା ଭାରତ ପାଇଁ ଦ଼୍ବିତୀୟ ମ୍ୟାଚ୍‌ । ଚତୁର୍ଥରେ ଗିଲ୍‌ ଏବଂ ଜୱସ଼୍ବାଲଙ୍କ ଓପନିଂ ଭାଗିଦାରୀର ୧୫୦ ରନ୍‌ ପାର ଭାରତ ପାଇଁ ପଞ୍ଚମ ମ୍ୟାଚ୍‌ । ପୂର୍ବରୁ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଓପନିଂ ଭାଗିଦାରୀ ସବୁଠାରୁ ଅଧିକ ରନ୍‌ର ରେକର୍ଡ ରହିଛି ।

Share