ଶୁଭ୍ରକାନ୍ତ ଫିକିର ପରବର୍ତ୍ତୀ ସଭାପତି

ମୁମ୍ବାଇ,୩।୧୧: ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି ଭାବେ ଇମ୍ପାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ମନୋନୀତ ହୋଇଥିବା ଜଣାପଡ଼ିଛି। ଏପରିକି ବୁଧବାର ମୁମ୍ବାଇଠାରେ ଆୟୋଜିତ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ସହ ଏ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ପଣ୍ଡା ସଭାପତି ଭାବେ ବର୍ତ୍ତମାନର ସଭାପତି ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଫିକି ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଶୁଭ୍ରକାନ୍ତ ବର୍ତ୍ତମାନ ଫିକିର ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଏ ସମ୍ପର୍କରେ ଶୁଭ୍ରକାନ୍ତ କହିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଫିକି ଭଳି ଏକ ଅନୁଷ୍ଠାନକୁ ପରିଚାଳନା କରିବା ମୋ ପାଇଁ ଗୌରବର ବିଷୟ ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସଂସ୍କାରମୂଳକ ଏଜେଣ୍ଡାକୁ ନେଇ ଆଗକୁ ବଢ଼ିବା ମୋର ପ୍ରାଥମିକ ଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ପ୍ରଥମ ଓଡ଼ିଆ ଭାବେ ସେ ଫିକିର ସଭାପତି ଭାବେ ଦାୟତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଗତ ୨୦ ବର୍ଷ ଧରି ସେ ଭାରତର ବିଭିନ୍ନ ଶିଳ୍ପସଂସ୍ଥା ସହ ଜଡ଼ିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଆଧାର ସହ ଲିଙ୍କ୍‌ କରିବାକୁ ହେବ QR କୋଡ୍‌ ଥିବା ପାନ୍‌ କାର୍ଡ? ଜାଣନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୧୧: ନୂତନ ପାନ୍‌ 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ପାନ କାର୍ଡକୁ ନବୀକରଣ କରାଯିବ। ଏଥିରେ QR କୋଡ୍‌...

ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧(ଅଭୟ ଦାଶ):ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ଏକ୍ସପୋ-୨୦୨୪’ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ...

ଆର୍ଥିକ ନିଅଣ୍ଟ ୭.୮ ଟ୍ରିଲିୟନ ଡଲାରକୁ ବୃଦ୍ଧି ଆକଳନ

ନୂଆଦିଲ୍ଲୀ,୨୭।୧୧:ବର୍ତ୍ତମାନ ସମୟରେ ଜାରି ରହିଥିବା ଭୂ ରାଜନୈତିକ ପରିସ୍ଥିତ ଓ ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ବିଶ୍ୱ ଅର୍ଥନୀତିର ଆର୍ଥିକ ନିଅଣ୍ଟକୁ ଆହୁରି ଖରାପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ...

ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ...

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri