Categories: ଖେଳ

ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ ଅଫିସ, ୮ା୧୨: ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ ମନୋନୟନ କରାଯାଇଛି। ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲିକ ଖେଳାଳି ତାଲିକା ଘୋଷଣା କରିଥିଲେ।

ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ସ୍ବସ୍ତିକ ସାମଲ, ତାରିଣୀ ସ’, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ନୂଆ ମୁହଁଭାବେ ରଣଜୀ ପଦାର୍ପଣ କରିବା ସୁଯୋଗ ପାଇଛନ୍ତି। ଓଡ଼ିଶା ଏହାର ପ୍ରଥମ ମ୍ୟାଚ ବରୋଦା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ବିକାଶ ସ୍କୁଲ ପଡ଼ିଆରେ ଚଳିତ ମାସ ୧୩ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବ।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସ୍ବସ୍ତିକ ସାମଲ, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ରାକେଶ ପଟ୍ଟନାୟକ, ଅଭିଷେକ ରାଉତ, ରାଜେଶ ଧୂପର (ଉଇକେଟ କିପର), ସୁଜିତ ଲେଙ୍କା (ଉଇକେଟ କିପର), ସୌରଭ କନୋଜିଆ, ଶୁଭମ୍‌ ନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ତାରିଣୀ ସ’, ଦେବବ୍ରତ ପ୍ରଧାନ।

Share