Posted inଖେଳ

ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସିଜନରେ ସେ ସମ୍ଭବତଃ ମଧ୍ୟପ୍ରଦେଶ କିମ୍ବା ବିଦର୍ଭ ପକ୍ଷରୁ ଖେଳିପାରନ୍ତି। ଏଥିପାଇଁ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ଏନ୍‌ଓସି ପାଇଁ ଆବେଦନ ମଧ୍ୟ କରି ସାରିଛନ୍ତି। ଆନୁଷ୍ଠାନିକ ଭାବେ ସେ କିଛି ଘୋଷଣା କରି ନ ଥିଲେ ମଧ୍ୟ ସମ୍ଭବତଃ ବାହାର ରାଜ୍ୟରୁ ଖେଳିଲେ ତାଙ୍କ କ୍ରିକେଟ କ୍ୟାରିୟର ଆଗକୁ ବଢ଼ିପାରିବ ବୋଲି ସେ ଅନୁମାନ କରୁଛନ୍ତି। ”ଏହା ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି। କେତେକ ସ୍ଥାନରୁ ମୋ ପାଇଁ ଅଫର ଆସିଛି। ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ନେବାକୁ ଚାହୁଁଛି। ଭବିଷ୍ୟତରେ ଯେ ମୁଁ ପୁଣି ଓଡ଼ିଶା ପକ୍ଷରୁ ଖେଳିବିନି ଏହା ଭୁଲ କଥା। ବାହାର ରାଜ୍ୟରୁ ଖେଳି ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିବାରୁ ଏପରି ନିଷ୍ପତ୍ତି ନେଉଛି“ ବୋଲି ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ରବିବାର ଶେଷ ହୋଇଥିବା ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)ରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ ହେଁ ସେଥିରେ ଶୁଭ୍ରାଂଶୁଙ୍କ ନାଁ ନ ଥିଲା। ଏହା ଅନେକଙ୍କୁ ବିସ୍ମିତ କରିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଏପରି ହୋଇଥିବା ସେ କହିଛନ୍ତି। ଶୁଭ୍ରାଂଶୁ ୨୦୧୬-୧୭ ସିଜନରେ ଓଡ଼ିଶା ପକ୍ଷରୁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ସେହିବର୍ଷ ସେ ଆନ୍ତଃରାଜ୍ୟ ଟି୨୦ ଟୁର୍ନାମେଣ୍ଟରେ ଟି୨୦ ଏବଂ ବିଜୟ ହଜାରେ ଟ୍ରଫିରେ ଲିଷ୍ଟ-ଏ ପଦାର୍ପଣ କରିଥିଲେ। ୨୦୧୭-୧୮ ସିଜନରେ ସେ ୬ ମ୍ୟାଚରୁ ୪୨୭ ଓ ୨୦୧୮-୧୯ ସିଜନରେ ୬୧୭ ରନ କରି ଓଡ଼ିଶା ପକ୍ଷରୁ ଅଗ୍ରଣୀ ସ୍କୋରର ହୋଇଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ୨୦୨୨ରେ ହୋଇଥିବା ଖେଳାଳି ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ କିଣିଥିଲା ଏବଂ ୨୦୨୩ ସିଜନ ପାଇଁ ରିଟେନ ରଖିଥିଲା। ଇତିମଧ୍ୟରେ ସେ ୫୧ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ୮ ଶତକ ସହ ୨୯୬୭ ରନ ସ୍କୋର କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୭୭ ରନ। ଏହା ବ୍ୟତୀତ ସେ ୪୯ ଲିଷ୍ଟ-ଏ ମ୍ୟାଚରୁ ୨ ଶତକ ସହ ୧୩୫୦ ଓ ୩୯ଟି ଟି୨୦ ମ୍ୟାଚରେ ଗୋଟିଏ ଶତକ ସହିତ ୧୦୮୨ ରନ ସଂଗ୍ରହ କରିଛନ୍ତି।
ଓଡ଼ିଶାରୁ କୌଣସି ଖେଳାଳି ବାହାର ରାଜ୍ୟ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେବା ଏହା ପ୍ରଥମ ନୁହେଁ। ଅନେକ ଖେଳାଳି ଏହି ତାଲିକାରେ ରହିଛନ୍ତି। ତେବେ ଓଡ଼ିଶାରୁ ଯାଇ ବାହାର ରାଜ୍ୟରୁ ପ୍ରତିନିଧିତ୍ୱ କରି ସର୍ବାଧିକ ସଫଳ ହୋଇଥିବା ଖେଳାଳିଙ୍କ ତାଲିକା ଶୀର୍ଷରେ ରହିଛନ୍ତି ରଶ୍ମି ରଞ୍ଜନ ପରିଡ଼ା। ରଶ୍ମି କ୍ୟାରିୟରରେ ଓଡ଼ିଶା ସହିତ ରାଜସ୍ଥାନ, ବିଦର୍ଭ ଓ ଆସାମ ପକ୍ଷରୁ ଘରୋଇ କ୍ରିକେଟ ଖେଳିଛନ୍ତି। ରାଜସ୍ଥାନକୁ ପ୍ଲେଟ୍‌ ଗ୍ରୁପ୍‌ରୁ ଏଲିଟ ଗ୍ରୁପ୍‌କୁ ନେଇ ୨୦୧୦-୧୧ରେ ରଣଜୀ ଚାମ୍ପିୟନ କରାଇବାରେ ତାଙ୍କର ବଡ଼ ଅବଦାନ ରହିଛି। ଫଳରେ ଓଡ଼ିଶା ଖେଳାଳି ହୋଇଥିଲେ ମଧ୍ୟ ସେ ରଣଜୀ ଟ୍ରଫି ଚାମ୍ପିୟନ ହେବାର ଗୌରବ ଲାଭ କରିଛନ୍ତି। ଏବେ ଶୁଭ୍ରାଂଶୁ ସେହି ପଥର ପଥିକ ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri