ମଦଭାଟି ସ୍ଥାନାନ୍ତର ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର,୨୬।୧୧(ସ୍ବ.ପ୍ର): ଯୋଡ଼ା ବ୍ଳକ ଭଦ୍ରସାହି ପଞ୍ଚାୟତରେ ଏକ ନମ୍ବର ନନ୍ଦ ହଟିଂରେ ମଦ ଭାଟି ପ୍ରତିଷ୍ଠାସ୍‌କୁ ସ୍ଥାନୀୟ ଲୋକ ବିରୋଧ କରି ଆଜି ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମଦ ଭାଟିରୁ ନିିର୍ଗତ ଆବର୍ଜନା ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ଅସାମାଜିକ କାର୍ଯ୍ୟ ବଢୁଥିବା କହିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ସେମାନେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବାଧ୍ୟ ହୋଇ ଦୀର୍ଘ ପ୍ରାୟ ୭୦ କିମି ବାଟ ଆସି ଜିଲାପାଳଙ୍କୁ ଭାଟି ଉଠାଇବାକୁ ନିବେଦନ କରିଛନ୍ତି।