ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରହ୍ମପୁର,୨୧ା୪(ନରସିଂହ ସାହୁ): ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହୋଇଛନ୍ତି ଉମା ଚରଣ ନାୟକ। ସେ ଶନିବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କଳିଙ୍ଗ ବିଜୁ ନବୀନ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉମା ନାୟକ ବିଜେଡି ଜିଲା ସଂଗଠନର ଉପସଭାପତି ଥିଲେ ଏବଂ ବିଇଏମସିର ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକଙ୍କ ସ୍ବାମୀ। ବ୍ରହ୍ମପୁର ମହାନଗରର ୬ଟି ୱାର୍ଡ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ୩୯ନଂ ୱାର୍ଡ ଶିଳ୍ପାଞ୍ଚଳ ବାସିନ୍ଦା ଭାବେ ନାମାଙ୍କନରେ ଉଲ୍ଲେଖ କରିଛନ୍ତି। ଏହି ୱାର୍ଡରୁ ଗତ ପୌର ନିର୍ବାଚନରେ ଭାଜପା କର୍ପୋରେଟର ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ ଉମା ନାୟକ ବିଜେଡିର ଜଣେ ଆଗଧାଡ଼ିର ନେତା। ସେ ରାଜନୀତି ଆରମ୍ଭରୁ ବିଜୁ ଲଗାସି। ହଠାତ୍‌ କାହିଁକି ପ୍ରାର୍ଥୀପତ୍ର ଦାଖଲ କଲେ ତାହା ରହସ୍ୟ ଘେରକୁ ଆସିଛି। ବିଜେଡି ଜିଲା ସଂଗଠନରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ବିଦ୍ରୋହୀ ସାଜିଥିବା ଶିଳ୍ପାଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଚଳିତ ନିର୍ବାଚନରେ ବିଜେଡି ଗୋପାଳପୁର ପ୍ରାର୍ଥୀ କରିଛି। ଦୀର୍ଘ ମାସ ତଳୁ ପଣ୍ଡା ଗୋପାଳପୁର ସଂଗଠନ ଦାୟିତ୍ୱ ତୁଲାଉଛନ୍ତି। ଶଙ୍ଖ ଦଳର ସବୁ କାର୍ଯ୍ୟକ୍ରମରେ ଉମା ଉପସ୍ଥିତ ରହୁଥିବା ନଜିର ଅଛି। ଅଚାନକ ଭାବେ ନାମାଙ୍କନ ଦାଖଲ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପୂର୍ବରୁ ଉମା ଗୋପାଳପୁର ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ଲୋକସଭା କ୍ଷେତ୍ର ଭାଜପା ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଏକାନ୍ତ ଅନୁଗତ ଥିଲେ ଏବଂ ତାଙ୍କ ଦ୍ୱାରା ରାଜନୀତିରେ ବିଭିନ୍ନ ସୁଯୋଗ ପାଇଥିଲେ। ପ୍ରଦୀପ ବିଜେଡିଙ୍କୁ ଚ୍ୟାଲେଞ୍ଜ କରି ଲୋକସଭା ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଯେକୌଣସି ମତେ ନିର୍ବାଚିତ ହେବା ଲାଗି ପ୍ରାଣମୂଚ୍ଛା ପ୍ରୟାସ ଚଳାଇଛନ୍ତି। ତେଣୁ ଶିଳ୍ପାଞ୍ଚଳରେ ଦବଦବା ଥିବା ଉମା ନାୟକଙ୍କୁ ପାଣିଗ୍ରାହୀଙ୍କ ଚକ୍ରାନ୍ତ ହୋଇଥିବା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି। ଯୋଗାଯୋଗ ସମ୍ଭବ ହୋଇନଥିବାରୁ ଉମାଙ୍କ
ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri