ପୁରୁଷୋତ୍ତମପୁର,୬।୩(ଡି.ଏନ୍.ଏ.): ଷ୍ଟେଟ ବାର୍କାଉନସିଲ (ରାଜ୍ୟ ଆଇନଜୀବୀ ପରିଷଦ) ସଭ୍ୟ ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା ନିଜ ସମର୍ଥକଙ୍କ ସହ ସୋମବାର କଟକ ଷ୍ଟେଟ ବାର୍କାଉନସିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୯୯୨ରେ ପୁରୁଷୋତ୍ତମପୁରରେ ଓକିଲ ସଂଘ ପ୍ରତିଷ୍ଠା ପରଠାରୁ କେହି ମଧ୍ୟ ଷ୍ଟେଟବାର୍ କାଉନସିଲ ନିର୍ବାଚନରେ ଭାଗ ନେଇ ନ ଥିବା ବେଳେ ଅରୁଣ କୁମାର ପଣ୍ଡା ହେଉଛନ୍ତି ପ୍ରଥମ। ପ୍ରାର୍ଥିପତ୍ର ଦାଖଲ ବେଳେ ବରିଷ୍ଠ ଓକିଲ ଦେବେନ୍ଦ୍ର ନାଥ ମହାପାତ୍ର, ସୀମାଞ୍ଚଳ ଦାଶ, ନିରଞ୍ଜନ ବେହେରା, ସୀମାଞ୍ଚଳ ସେଠୀ, ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖଙ୍କ ସହ ବହୁ ଓକିଲ ଉପସ୍ଥିତ ରହିଥିଲେ।